ଜିଲ୍ଲାସ୍ତରୀୟ "ପରବ’ ସ୍ମୃତି ବୈଠକ

କୋରାପୁଟ: ଚାଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ ପରବ ଉସôବ ପାଳନରେ ପରବ ସ୍ମୃତି ବିଷୟରେ ଲୋକଙ୍କୁ ଜଣାଇବା ପରିପ୍ରେକ୍ଷୀରେ "ପରବ’  ସ୍ମୃତି ପ୍ରଦର୍ଶନୀ କମିଟି ଗଠନ କରାଯାଇଛି । ଏହାର ପ୍ରଥମ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି । ୧୯୯୬ ମସିହାରେ କୋରାପୁଟରେ ପରବ ଉସôବ ପାଳନ କରାଯାଇଥିଲା । ସେହି ବର୍ଷ ଠାରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଓ ଫୋଟୋ ଏବଂ ଭିଡିଓ ଫୁଟେଜ ସଂଗ୍ରହ କରିବାକୁ ଉପସ୍ଥିତ ସଦସ୍ୟଙ୍କୁ କୁହାଯାଇଥିଲା । ସଂଗ୍ରହ ସ୍ମୃତିକୁ ପରବ ପଡ଼ିଆରେ ପ୍ରଦର୍ଶନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସା, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିଦେ୍ର୍ଦଶକ ସୂର୍ଯ୍ୟକାନ୍ତ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା, ଓରମାସ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋସନ କାର୍ତ୍ତିକ, କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରମୁଖଙ୍କ ସହ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।