ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୈଠକ

 ଆନନ୍ଦପୁର : ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଘଟଗାଁ ସ୍ଥିତ ବାବା ବାଣେଶ୍ୱର ମନ୍ଦିର ପରିସରରେ ଜିଲ୍ଲା ସଭାପତି ଅତୁଳ ବଳଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ମୁକୁନ୍ଦ କୁମାର ସାହୁଙ୍କ ସଂଯୋଜନାରେ ଜିଲ୍ଲା ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସଂଘ ମହାସଚିବ ଚାରୁଲତା ମହାପାତ୍ର ଓÿ ବିଜୟ କୁମାର ନାୟକ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ. ପ୍ରଥମ ପର୍ଯାୟରେ ଜିଲ୍ଲା ସଂଘର ପୁନର୍ଗଠନ ବିଷୟରେ ଆଲୋଚନା କରାଯାଇଥିଲା । ପରେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ସାମ୍ବିଧାନିକ ନିୟମକୁ ଆଧାର କରି ସମସ୍ତଙ୍କ ସହମତିରେ  କର୍ମକର୍ତା ଚୟନ କରାଯାଇଥିଲା । ଜିଲ୍ଲାର ଉପଦେଷ୍ଟା ଭାବେ ଅତୁଳ ବଳ ଓ ମୁକୁନ୍ଦ ଚରଣ ସାହୁଙ୍କୁ ମନୋନୀତ କରାଯାଇଥିବା ବେଳେ, ସଭାପତି ଭାବେ ସନ୍ତୋଷ ଜେନା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ସେହିପରି ଉପସଭାପତି ଭାବେ ତିଳତମା ବେହେରା, ଗୋବର୍ଦ୍ଧନ ଜେନା, ସମ୍ପାଦକ ଭାବେ କମଳାକାନ୍ତ ପତି, ଯୁଗ୍ମ ସମ୍ପାଦକ ଭାବେ ଚିତ ରଞ୍ଜନ ମହାନ୍ତ, ବିଶ୍ୱନାଥ ମାଝୀ, ବୁଦ୍ଧଦେବ ନାୟକ, ସଂଗଠନ ସମ୍ପାଦକ ଭାବରେ ସଚ୍ଚିଦାନନ୍ଦ ପ୍ରଧାନ, ଜିଲ୍ଲା ସଂଯୋଜକ ଭାବରେ ରବୀନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଭାବେ ଅଶୋକ ବରାଳ ନିର୍ବାଚିତ ହୋଇଥିଲେ ।