ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସୁକିନ୍ଦା : ଏହି ଥାନା ୫୩ନଂ ଜାତୀୟ ରାଜପଥ କୋଣାର୍କ ପେଟ୍ରୋଲ ପମ୍ପ ଅନତି ଦୂରରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ । ସୂଚନା ମୁତାବକ କୋଣାର୍କ ପେଟ୍ରୋଲ ପମ୍ପ ପାଖ ରାଜପଥ କଡରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ôଚ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ମାମଲାର ତଦନ୍ତ ଜାରି ରଖିଛି ।