ଜିଲ୍ଲାର ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ
ସୋନପୁର : ସୋନପୁର-ସୁବର୍ଣ୍ଣପୁର ଜିଲ୍ଲାରେ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତର ଅଭିଯୋଗ ହୋଇଛି । ଯାହାକୁନେଇ ଜନଅସନ୍ତୋଷ ପ୍ରକାଶ ପାଇଛି । ୩୨ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ଆତ୍ମପ୍ରକାଶ ପାଇଲା ପରେ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇପାରିନାହିଁ । ଜିଲ୍ଲା ସଦର ମହକୁମା ମନ୍ଦିର ମାଳିନୀ ସୋନପୁର ସହରରେ ସର୍ବନିମ୍ନ ସୁବିଧା ବସଷ୍ଟାଣ୍ଡ ହୋଇପାରି ନାହିଁ । ବହୁ ପ୍ରତୀକ୍ଷିତ ପରେ ସୋନପୁର ନୂତନ ବସଷ୍ଟାଣ୍ଡର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏକ ଘରୋଇ ସଂସ୍ଥା ଟେଣ୍ଡର ପାଇଛି । ଯାହା ନୂତନ ଭବ୍ୟ ବସଷ୍ଟାଣ୍ଡ ନିର୍ମାଣ ନେଇ ଆଶା ଉଜ୍ଜିବିତ ହୋଇଛି ।ଏବେ ବି ଜିଲ୍ଲାରୁ ବିଭିନ୍ନ ଅଞ୍ଚଳକୁ ସରକାରୀ ବସ ଚାଲି ପାରିନାହିଁ । ସୋନପୁର ସଦର ମହକୁମା ଠାରୁ କଟକ ଓ ଭୁବନେଶ୍ୱରଙ୍କୁ ସରକାରୀ ବସ ଚାଲି ପାରି ନାହିଁ । ଜିଲ୍ଲାର ଯାତ୍ରୀମାନେ ବସର ପଛ ପଟେ କିମ୍ୱା ଚକ ଉପରେ ସିଟ ପାଇ ଅସୁବିଧା ସାମନାରେ କରୁଥିବାର ଅଭିଯୋଗ କରୁଛନ୍ତି । ସୋନପୁର - ହରିଶଙ୍କର ସରକାରୀ ବସ ଚଳାଇବା ପାଇଁ ଦାବି ହେଉଛି । ଏହା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ପ୍ରଗତି ପାଇଁ ଠୋସ ପଦକ୍ଷେପ ହୁଅନ୍ତା ତେବେ ନୂତନ ସରକାର ସମୟରେ ସୋନପୁର - କେନ୍ଦୁଝର ଓ ସୋନପୁର -ଦେବଗଡ ଘେରାଉ ବସ ଚାଲୁଛି । ପ୍ରତିଦିନ ସକାଳେ ଚାଲୁଥିବାର ସରକାରୀ ବସ ସୋନପୁର-ସୁନ୍ଦରଗଡ ବସକୁ ରାଉଲକେଲା ସଂପ୍ରସାରଣ କରିବାକୁ ଦାବି ହେଉଛି । ଯାହା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ ସହ ରାଉଲକେଲାଙ୍କୁ ଗମନାଗମନ ସୁଗମ ହେବ । ବାଣିଜ୍ୟ ଅଭିବୃଦ୍ଧି ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି । ସୋନପୁର- ଦେବଗଡକୁ ନୂତନ ବସ ଚଳାଚଳ କରିବା ପରି ଜନହିତ ଦାବୀକୁ ରାଜ୍ୟ ପରିବହନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି । ଏବେ ରାଜ୍ୟର ଶାସିତ ବିଜେପି ନୂତନ ସରକାର ସୁବର୍ଣ୍ଣପୁର ଜିଲ୍ଲା ପରିବହନ କ୍ଷେତ୍ର ବିଭିନ୍ନ ସମସ୍ୟା ବ୍ୟବସ୍ଥିତ କଲେ । ଦ୍ୱିତୀୟ ବାରାଣାସୀ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବିକାଶ ସହ ଜିଲ୍ଲାର ୬ଟି ବ୍ଲକ୍ ସହ ପଡୋଶୀ ଜିଲ୍ଲାର ଜନସାଧାରଣ ଉପକୃତ ହେବେ ।