ସାହୁକ୍ଷେତ- ବ୍ରାହ୍ମଣଖଣ୍ଡ ସେତୁ କାର୍ଯ୍ୟ ତ୍ୱରାନ୍ୱିତ
ନିଶ୍ଚିନ୍ତକୋଇଲି: ଗମନାଗମନର ସୁବିଧା ପାଇଁ ଗତ ସରକାରଙ୍କ ସମୟରେ ମହାନଦୀର ସାହୁକ୍ଷେତ ପାଖରୁ ଶିର୍ଲୋ ବ୍ରାହ୍ମଣଖଣ୍ଡକୁ ଯୋଡିବା ପାଇଁ ପ୍ରାୟ ୧୨୮କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଆନ୍ଧ୍ରପ୍ରଦେଶର ଏକ ପ୍ରମୁଖ କମ୍ପାନୀକୁ କାର୍ଯ୍ୟଭାର ଦିଆଯାଇଛି । ଏହି ସେତୁଟି ପୂର୍ଣ୍ଣାଙ୍ଗ ହେଲେ ଜଗତ୍ସିଂହପୁର, ପରାଦ୍ୱୀପ, ପୁରୀ ଆଦି ସ୍ଥାନର ଲୋକମାନେ ସହଜରେ କେନ୍ଦ୍ରାପଡା ଓ ଛତିଆ ଅଭିମୁଖେ ଯିବା ଆସିବା କରିପାରିବା ସହ ଚିତ୍ରୋତ୍ପଳା ମହାନଦୀ ଦ୍ୱୀପାଞ୍ଚଳରେ ଥିବା ହଜାର ହଜାର ପରିବାର ରଘୁନାଥପୁର, ପାରାଦୀପ କଟକକୁ ମଧ୍ୟ ସହଜରେ ଯାଇ ଆସିପାରିବେ । ଏହି ସେତୁର ଦୈର୍ଘ୍ୟ ପ୍ରାୟ ୧କିମି ଥିବା ବେଳେ ୨୮ ଟି ପିଲାର ଉପରେ ଛାତର ଦୈର୍ଘ୍ୟ ପ୍ରାୟ ୪୦ ଫୁଟ ରହିବ ବୋଲି କଂପାନୀର ପରିଚାଳକ ଦୀପକ କୁମାର ବଳ ସୂଚନା ଦେଇଛନ୍ତି । କଂପାନୀର ସେତୁ କାର୍ଯ୍ୟାରମ୍ଭ ଦିନ ଠାରୁ ଏବେକାର ବିଜେପି ସରକାର କ୍ଷମତାକୁ ଆସିବା ପରେ କାର୍ଯ୍ୟରେ ନୂତନ ମୋଡ ସୃଷ୍ଟି ହେବାରୁ ସରକାରଙ୍କ ନୂତନ ଗାଇଡ୍ ଲାଇନ ଆସିଥିବାରୁ ଏଗ୍ରିମେଣ୍ଟ ମୁତାବକ କାମରେ ବାଧା ସୃଷ୍ଟି ହେଉଛି ବୋଲି ସୂଚନା ମିଳିଛି । ତେବେ ଯେତେ ବାଧାବିଘ୍ନ ରହିଲେ ମଧ୍ୟ ୩ ବର୍ଷ ମଧ୍ୟରେ ଏହି ସେତୁ ପୂର୍ଣ୍ଣାଙ୍ଗ ହେବ ବୋଲି ଶ୍ରୀ ସୂଚନା ଦେଇଛନ୍ତି ।