ଜୁଲାଇ ୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା,ଆଜିଠୁ ଆବେଦନ

ଜୁଲାଇ ୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା,ଆଜିଠୁ ଆବେଦନ

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୪) ଜୁଲାଇ ୩ରୁ ୧୪ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଠାରୁ ଆବେଦନ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର ୧୮ତାରିଖ ଅପରାହ୍ନ ୪ଟା ପରେ ଅନ୍‌ଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ୨୭ ତାରିଖ ରାତି ୧୧ଟା ୪୫ ଭିତରେ ଆବେଦନ କରିବାକୁ ପଡ଼ିବ। ଛାତ୍ରୀଛାତ୍ର www.samsodisha.gov.in  ୱେବ୍‌ସାଇଟ୍‌ରେ ନାମ ପଞ୍ଜୀକରଣ କରିପାରିବେ। ଶେଷ ଦିନ ରହିଛି। ଜୁନ ୨୨ ପୂର୍ବାହ୍ନ ୧୧ଟାରୁ ୱେବ୍‌ସାଇଟରେ ହଲ ଟିକେଟ ବା ଆଡ୍‌ମିଟ କାର୍ଡ ଉପଲବ୍ଧ ହେବ। ପରୀକ୍ଷା ପରେ ବିଭିନ୍ନ ବିଷୟଭିତ୍ତିକ ରେଜଲ୍ଟ ପ୍ରକାଶ ପାଇବ। ତେବେ କେବେ ରେଜଲ୍ଟ ପ୍ରକାଶ ପାଇବ ସେ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।  ଅଧିକ ବିବରଣୀ ନିମନ୍ତେ ଇ-ନାମଲେଖା ହେଲ୍ପଲାଇନ(ଟୋଲ ଫ୍ରି) ନମ୍ବର ୧୫୫୩୩୫/ ୧୮୦୦୩୪୪୬୭୭୦କୁ ଯୋଗାଯୋଗ କରିବାକୁ କୁହାଯାଇଛି।