ଜୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା
- ନୂଆପଡା ବିକାଶର ସାରଥି ହେବେ ଜୟ : ମୋହନ
- ବିଜେପିର ଲୋକପ୍ରିୟତା ବଢୁଛି : ମନମୋହନ
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ ବିଜେପି ଇତିହାସ ରଚିଛି । ନୂଆପଡାବାସୀ ବିଜେପି ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି । ନୂଆପଡାରେ ଏଥର ବିକାଶ ହେବ । ବିଜେପି ସରକାର ଏଠାରେ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ଜୟ ଢୋଲକିଆଙ୍କ ନେତୃତ୍ୱରେ ନୂଆପଡା ରାଜ୍ୟର ଏକ ନମ୍ବର ଜିଲ୍ଲା ହେବ । ବିଜେପିର ସଂକଳ୍ପ ଓ ବାପାଙ୍କ ସ୍ୱପ୍ନକୁ ପାଥେୟ କରି ନୂଆପଡାକୁ ନୂଆ ବିଧାୟକ ନୂଆ ରୂପ ଦେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କ ପାଇଁ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଶ୍ରୀ ମାଝୀ କହିଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟୀ ଉତ୍ସବ ପାଳନ କରାଯାଇଥିବାବେଳେ ଆଜି ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେପି ସରକାର ୧୬ ମାସ ଅତିକ୍ରମ କରି ଏବେ ୧୭ ମାସରେ ପଦାର୍ପଣ କରିଛ । ଛଅ ମାସ ପୂର୍ବରୁ ନୂଆପଡାର ଜିଲ୍ଲା ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିବାଦ୍ଭ ବେଳେ ବିଜେପି ସରକାର ପ୍ରତି ନୂଆପଡାବାସୀଙ୍କ ସମର୍ଥନ ଦେଖିଥିଲି । ଦୀର୍ଘ ୨୪ ବର୍ଷ ଧରି ଅବହେଳାର ଶିକାର ହୋଇଥିବା ଏଠାକାର ଲୋକେ ଆଶା ବାନ୍ଧିଥିଲେ ଯେ ସରକାର ପରିବର୍ତ୍ତନ ହୋଇଛି, ଏବେ ନୂଆପଡାର ବିକାଶ ହେବ । ଏହି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୁଁ ନିଜେ ଦାୟିତ୍ୱ ନେଇଛି । ଜୟ ଢୋଲିକିଆ ଏହି ବିକାଶର ସାରଥୀ ହେବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ଅକ୍ଲାନ୍ତ ପରିଶ୍ରମ କରି ବିଜେପିକୁ ବିପୁଳ ବିଜୟ କରାଇଛନ୍ତି । ଏଥିପାଇଁ ସମସ୍ତ ନୂଆପଡାବାସୀ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତିଯେ, ନୂଆପଡାବାସୀଙ୍କ ଆର୍ଶୀବାଦ କାରଣରୁ ଜୟ ଢୋଲକିଆ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ନୂଆପଡାର ବିକାଶ ପାଇଁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ । ନୂଆପଡାକୁ ନୂଆ ବିଧାୟକ ନୂଆ ରୂପ ଦେବେ। ସେ ଅଖଣ୍ଡ ପରିଶ୍ରମ କରି ନୂଆପଡାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରନ୍ତୁ । ଏନେଇ ନୂଆପଡାବାସୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଯେତେ ଧନ୍ୟବାଦ ଦେଲେ ତାହା କମ୍ ହେବ । ସମସ୍ତେ ବହୁ ପରିଶ୍ରମ କରି ନିଷ୍ଠାପର ଭାବେ ଉଦ୍ୟମ କରିଛନ୍ତି । ସମସ୍ତେ ନିଜର ବୁଦ୍ଧି, ବିଦ୍ୟା, ଯୋଗ୍ୟତା ସବୁକୁ ଏହି ନିର୍ବାଚନରେ ଲଗାଇ ଦଳକୁ ବିଜୟୀ ଲାଭ କରାଇଛନ୍ତି । ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ପରିଶ୍ରମ କରି ଲୋକଙ୍କ ପାଖରେ ପହଁଚିି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି । ପରିବାରବାଦ ନୁହେଁ ପ୍ରତ୍ୟେକ ପରିବାର ପାଇଁ ବିଜେପି ସମର୍ପିତ । ଓଡିଶାରେ ବିଜେପିର ଲୋକପ୍ରିୟତା ଯେଉଁଭଳି ଭାବେ ବଢ଼ିଚାଲିଛି ଏହି ଊପନିର୍ବାଚନରେ ବିପୁଳ ବିଜୟ ହେଉଛି ତାର ପ୍ରତିଫଳନ । ବିହାର ନିର୍ବାଚନ ସହ ଓଡିଶା ଓ ଜମ୍ମୁକାଶ୍ମରୀର ଉପନିର୍ବାଚନର ଫଳାଫଳ ସାରା ଦେଶକୁ ପ୍ରଭାବିତ କରିଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସମସ୍ତ କାର୍ଯ୍ୟକୁ ନିଖୁଣ ଭାବେ କରିବା ପାଇଁ ସଂକଳ୍ପ ନେବାକୁ ଶ୍ରୀ ସାମଲ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।