ଝାମ୍ପିନେଲେ ଟଙ୍କା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର-ବଳିଘାଇ ପୁର୍ତ୍ତ ରାସ୍ତାର ପର୍ବତୀ ମଦଦୋକାନ ସମ୍ମୁଖରୁ ଭୁଜାଲି ଦେଖାଇ ଟଙ୍କା ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ରାତ୍ର ୧୧.୩୦ମି. ସମୟରେ ଏହି ଲୁଟ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ଅନୁଯାୟୀ ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ଆଲାମ ଖାଁ ପୁରୁଣାବଜାର ଶେଖ ସାହାବାଜ କାଦିର ଫର୍ଣ୍ଣିଚର ସପରେ କାର୍ଯ୍ୟ କରନ୍ତି । ଆଲାମ ଖାଁ ନିଜ ଓଡି ୦୧ ଜେଡ ୨୭୮୦ନଂ ଟାଟା ଏସି ଗାଡିରେ ଶୁକ୍ରବାର ଦିନ ୧.୩୦ମି. ସମୟରେ ଫର୍ଣ୍ଣିଚର ବୋଝେଇ କରି ଯାଜପୁର ଜିଲ୍ଲା ବି‚ôାରପୁର ଥାନା ଅନ୍ତର୍ଗତ ବାଳମୁକୁଳି ବଜାର ଶୁଭମ ଫର୍ଣ୍ଣିଚର ଦୋକାନକୁ ଯାଇଥିଲେ । ସେଠାରୁ ଭଦ୍ରକ ଫେରୁଥିବା ରାସ୍ତାର ପର୍ବତୀ ବିଦେଶୀ ମଦ ଦୋକାନ ସମ୍ମୁଖରେ ରାତ୍ର ୧୧.୧୫ ସମୟରେ ୨ଟି ନମ୍ବର ବିହୀନ କଳା ପଲସର ଅଜଣା ବାଇକ ଆରୋହୀମାନେ ଆଲାମଙ୍କ ଟାଟା ଏସିକୁ ତନଖି ପାଇଁ ଅଟକାଇଥିଲେ । ଟାଟା ଏସି ଗାଡିର ଡଲା ଖୋଲାଅଛି କହିବାରୁ ଆଲାମ ତଳକୁ ଓହ୍ଲାଇଥିଲେ । ପଲସର ଆରୋହୀମାନେ ଆଲାମଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଦେବା ସହ ଭୁଜାଲି ଦେଖାଇ ଟଙ୍କା ଦେବାକୁ ଧମକାଇଥିଲେ । ଏଥିରେ ଭୟଭୀତ ହୋଇ ଆଲାମ ବାଳମୁକୁଳି ଫର୍ଣ୍ଣିଚର ଦୋକାନୀ ଠାରୁ ଆଣିଥିବା ନଗଦ ୮୪ ହଜାର ୫୦୦ଟଙ୍କା ଦେଇଥିଲେ । ଏହାକୁ ନେଇ କଳା ପଲସରରେ ଲୁଟେରାମାନେ ଯାଜପୁର ଅଭିମୁଖେ ମଞ୍ଜୁରୀ ଆଡକୁ ପଳାଇଥିଲେ । ଆଲାମ ଭଦ୍ରକ ଫେରି ଫର୍ଣ୍ଣିଚର ଦୋକାନୀକୁ ସବୁ ଜଣାଇଥିଲେ । ଶନିବାର ରାତ୍ର ୧୨.୧୫ମି. ସମୟରେ ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଥାନାରେ ୨୪୬/୨୫ନଂ ମାମଲା ଅଜଣା ଦୁର୍ବୃତ୍ତଙ୍କ ନାମରେ ଋଜୁ ହୋଇଛି । ପୁଲିସ ମାମଲାର ତଦନ୍ତ ଚଳାଇଛି ।