୧୦ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ସମାଗ୍ରୀ ଲୁଟ୍ 

 ପାଣିକୋଇଲି : ଶନିବାର ରାତିରେ ଏଠାକାର ଦୁର୍ଗା ମାର୍କେଟରେ ଥିବା ହରପାର୍ବତୀ ଟ୍ରେଡିଂରୁ ଚୋରି ହୋଇଛି । ଦୁର୍ବୃତ ସଟର କାଟି ପ୍ରାୟ ୧୦ ଲକ୍ଷଟଙ୍କାରୁ ଉର୍ଦ୍ଧ ସମାଗ୍ରୀ ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳେ ପହଁଚି ତଦନ୍ତ ଆରମ୍ଭ କରିଛି । ଯାଜପୁର ସଦରର ଥାନାକୋଳଥା ଗ୍ରାମର ଚିନ୍ମୟ ବିଶ୍ୱାଳଙ୍କ ଅଭିଯୋଗ ମୁତାବକ ଯାଜପୁର ରୋଡ-ପାଣିକୋଇଲି ରାସ୍ତା କଡରେ ଦୁର୍ଗା ମାର୍କେଟରେ ତାଙ୍କର ହରପାର୍ବତୀ ଟ୍ରେଡିଂ ନାମରେ ଏକ ହୋଲସେଲ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ ସର୍ଟର କାଟି ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଷୋରିଶ ତେଲ, ରିଫାଇନ, ସନଫ୍ଲାୱାର, ଚିନି, ଚାଉଳ, ଅଟା ଆଦି ସମଗ୍ରୀ ଲୁଟି ନେଇଛନ୍ତି । ରବିବାର ସକାଳେ ଦୋକାନ ଖୋଲିବାକୁ ଆସି ଏହାଦେଖିଥିଲେ । ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳେ ପହଁଚି ତଦନ୍ତ ଆରମ୍ଭ କରିଛି ।