କନଷ୍ଟେବଳଙ୍କୁ ପଦୋନ୍ନତି

 ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ୨୩ କନେଷ୍ଟବଳଙ୍କୁ ସହକାରୀ ସବଇନିସକେପ୍ଟର ପଦବୀକୁ ପଦୋନ୍ନତି ମିଳିଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଗତ ୧୬ ତାରିଖରେ ପ୍ରକାଶିତ ୮୧୭ ନଂ ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ଥାନା ଓ ଅନ୍ୟାନ୍ୟ ଦପ୍ତରରେ କାର୍ଯ୍ୟରତ କନେଷ୍ଟବଳଙ୍କୁ ଏଥିପାଇଁ ଗୁରୁବାର ମେଡିକାଲ ପରୀକ୍ଷାର ସମ୍ମୁଖିନ ପାଇଁ ଆଦେଶ ହୋଇଛି । ପଦୋନ୍ନତି ପାଇଥିବା କନେଷ୍ଟବଳମାନେ ହେଲେ ତୁଷାରକାନ୍ତ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ପ୍ରଭୁରଞ୍ଜନ ନାୟକ, ଶିବାନନ୍ଦ ନାୟକ, ପ୍ରତାପ ଚନ୍ଦ୍ର ତ୍ରିପାଠ୍ରୀ, ଶ୍ରଦ୍ଧାଞ୍ଜଳୀ ରାଉତ, ସ୍ମୃତିରଞ୍ଜନ ମହାପାତ୍ର, ସୁରେଶ ଚନ୍ଦ୍ର ପରିଡା, ନିଶିକାନ୍ତ ବାରିକ, ଅଜୟ କୁମାର ସାହୁ, କୃଷ୍ଣଚନ୍ଦ୍ର ମହାରଣା, ଲକ୍ଷ୍ମୀକାନ୍ତ ଉପାଧ୍ୟାୟ, ବୈଲୋଚନ ଭୋଇ, ମିତାସ୍ମୀତା ପରିଡା, ଚନ୍ଦନ କୁମାର ନାୟକ, ନିରାକାର ବିଶ୍ୱାଳ, ରାଜେନ୍ଦ୍ର କୁମାର ସାହୁ, ପ୍ରତାପ ଚନ୍ଦ୍ର ସାହୁ, ସୁରେଶ ଚନ୍ଦ୍ର ମଲ୍ଲିକ, ବଟକୃଷ୍ଣ ନାୟକ, ସୁରେଶ ଚନ୍ଦ୍ର ମହାନ୍ତି, ବିଶ୍ୱରଞ୍ଜନ ମଲ୍ଲିକ ଓ ରଞ୍ଜନ କୁମାର ସ୍ୱାଇଁ । ଏହି ପଦୋନ୍ନତି ପାଇଁ ଅନିଚ୍ଛୁକ କନେଷ୍ଟବଳମାନେ ମଙ୍ଗଳବାର ସୁଦ୍ଧା ବିଧିବଦ୍ଧ ଭାବେ ଜଣାଇବାକୁ ମଧ୍ୟ ବିଜ୍ଞପ୍ତିରେ କୁହାଯାଇଛି ।