ଟାଟା ଷ୍ଟିଲ୍ ପକ୍ଷରୁ ଜାତୀୟ କ୍ରୀଡା ଦିବସ 


 ।ା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ମେରା ମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳନ ସହ କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭାରତୀୟ କ୍ରୀଡାବିତ୍ମାନେ ପାଇଥିବା ସଫଳତାକୁ ସମ୍ମାନ ଜଣାଇବା ସହ ଦୈନନ୍ଦୀନ ଜୀବନରେ କ୍ରୀଡ଼ା ଓ ଶାରିରୀକ କାର୍ଯ୍ୟକ ମହତ୍ୱ ବିଷୟରେ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ଆଖପାଖ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକର ୩୦୦ରୁ ଅଧିକ କ୍ରୀଡାବିତ୍ ସାମିଲ ହୋଇଥିଲେ । ଏହି ଅବସରରେ ବିଗତ ଦିନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଆନ୍ତର୍ଜାତୀୟ ଭଲିବଲ୍ ରେଫରି ସୁଦର୍ଶନ ପଟ୍ଟନାୟକ ଏହି ଅବସରରେ ଅତିଥିଭାବେ ଯୋଗ ଦେଇ କ୍ରୀଡ଼ାରେ ଶୃଙ୍ଖଳାର ଗୁରୁତ୍ୱ ଏବଂ କ୍ରୀଡ଼ା ମନୋଭାବ ଉପରେ ଆଲୋକପାତ କରି ଅଂଶଗ୍ରହଣକାରୀମାନଙ୍କୁ ଅନୁପ୍ରାଣିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମେରାମଣ୍ଡଳୀ ଟିଏସଏଫ ୟୁନିଟ୍ ହେଡ୍ କୁମାର ସୌରଭ, ଟିଏସଏଫ ଅଧିକାରୀ ଆଶୁତୋଷ କୁମାର ଦାସ, ବିଶିଷ୍ଟ ପର୍ବତାରୋହୀ ବିରାରାଣୀ ପାତ୍ର, ସରପଞ୍ଚ ସଫଳ ପ୍ରତାପ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଧର୍ମାନନ୍ଦ ସେନାପତି, ପାରିକୁଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ପବିତ୍ର ପ୍ରଧାନ,  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାଇକ ପୁରୁଣାକୋଟ ପ୍ରିନ୍ସପାଳ ଧୀରେନ କୁମାଇ ପାଣି ଯୋଗ ଦେଇଥିଲେ ।