ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ଓ ସାଂସଦ
ଢେଙ୍କାନାଳ: ସଦର ଥାନା ଭାପୁର ଫାଣ୍ଡି ଓଉଖମା ଗ୍ରାମର ଲାଲା ସାହୁଙ୍କ ଦୁଇପୁଅ ଓମ୍ (୧୭) ଓ ସୋମ୍ (୧୫)ଙ୍କ ଗତ କିଛି ତଳେ ରେଙ୍ଗାଲି କେନାଲ୍ରେ ବୁଡି ମୃତୁ୍ୟ ଘଟିଥିଲା । ଏ ନେଇ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମୃତଙ୍କ ଘରେ ପହଞ୍ଚô ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସୂଚନା ଅନୁଯାୟୀ ଦୁଇ ଭାଇ ଗତ ୧୪ ତାରିଖ ଅପରାହ୍ନରେ ନିକଟସ୍ଥ ସରକପାଟଣା ଗ୍ରାମ ଦେଇ ଯାଇଥିବା ରେଙ୍ଗାଲି କେନାଲକୁ ବୁଲିବାକୁ ଯାଇଥିଲେ । କୌଣସି କାରଣରୁ ସାନ ଭାଇ ସୋମ୍ ପାଣିରେ ବୁଡିଯାଉଥିବାବେଳେ ତାକୁ ବଡ ଭାଇ ଓମ୍ ଉଦ୍ଧାର କରିବାକୁ ଭିତରକୁ ଯାଇଥିଲେ । ହେଲେ ଉଭୟ କେନାଲ୍ରେ ବୁଡି ଯାଇଥିଲେ । ଉଭୟଙ୍କ ମୃତ ଦେହକୁ କେନାଲ୍ରୁ ଉଦ୍ଧାର କରାଯାଇଥିଲା । ତେବେ ମନ୍ତ୍ରୀ ଓ ସାଂସଦଙ୍କ ସହିତ ବିଜେପି ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ବିଜେପିର ବରିଷ୍ଠ ନେତା ଜ୍ଞାନ ରଞ୍ଜନ ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।