ଟେଲିଫୋନ ଉପଦେଷ୍ଟା ସଦସ୍ୟ ହେଲେ ସତ୍ୟପ୍ରକାଶ
ରାଜକନିକା : ଭାରତୀୟ ଜନତା ପାର୍ଟିର ଯୁବ ସଂଗଠକ ତଥା ସମାଜସେବୀ ସତ୍ୟପ୍ରକାଶ ଜଗତୀଙ୍କୁ କଟକ ଟେଲିଫୋନ ଉପଦେଷ୍ଟା କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି । ଭାରତ ସରକାରଙ୍କ ସଂଚାର ମନ୍ତ୍ରାଳୟ ଅନ୍ତର୍ଗତ ଦୂରସଂଚାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରିକରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ଏହି ନିଯୁକ୍ତି ପାଇଁ ଜଗତି ଦଳର ଶୀର୍ଷ ନେତୃତ୍ୱ, କେନ୍ଦ୍ରାପଡ଼ାର ଲୋକପ୍ରିୟ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ୍ୟ ବୈଜୟନ୍ତ ପଣ୍ଡା, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଓ ଆଳି ନିର୍ବାଚନ ମଣ୍ଡଳୀ ନେତା ତଥା ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।