ଆନେ୍ଦାଳନରେ ସାମିଲ ହେବନାହିଁ : ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ
ପୁରୀ : ଜୁଲାଇ ୮ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଡ଼୍ରାଇଭର ମହାସଂଘ ପକ୍ଷରୁ ଦିଆଯାଇଥିବା ଷ୍ଟିଅରିଂ ଛାଡ଼ ଆନେ୍ଦାଳନ ଡ଼ାକରା ସହ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ (ମିଳିତ ମଞ୍ଚ) ସାମିଲ ନୁହେଁ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଏହି ସମ୍ମିଳନୀରେ ଅଲ୍ ଓଡ଼ିଶା ଅଟୋ ଟ୍ୟାକ୍ସି ମହାସଂଘର କର୍ମକର୍ତ୍ତା ପଦ୍ମନ ସାମଲ, ପୁରୀ ଜିଲ୍ଳା ଅଟୋ ମହାସଂଘର କର୍ମକର୍ତ୍ତା ଦୁର୍ଗାଚରଣ ଖୁଣ୍ଟିଆ, ଝାରସୁଗୁଡ଼ା ଡ଼୍ରାଇଭର ମହାସଂଘର ସଭାପତି ଚୈତନ୍ୟ ସାହାଣୀ, କଟକ ଅଟୋ ମହାସଂଘର କର୍ମକର୍ତ୍ତା ଦେବେନ୍ଦ୍ର ପାଣିଗ୍ରାହୀ, ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର ଫେଡ଼େରେସନର ସଂଗଠନ ସଂପାଦକ ସନ୍ତୋଷ ସାହୁ ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ୮ତାରିଖରୁ ଅଟୋ ଚାଳକ, ଟ୍ୟାକ୍ସି ଚାଳକ, ଟ୍ରକ ଓ ବସ୍ ଆଦି ହାଲୁକା ଓ ଭାରୀ ଯାନର ଡ଼୍ରାଇଭର ତଥା ଅନ୍ୟ କର୍ମଚାରୀମାନେ ଆନେ୍ଦାଳନ କରିବେ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଛି । ମାତ୍ର ମହାସଂଘର ସଭ୍ୟମାନଙ୍କର ଏହି ଆନେ୍ଦାଳନ ଡ଼ାକରା ସହ କୌଣସି ସଂପର୍କ ନାହିଁ । ଏକ ନିର୍ଦ୍ଧିଷ୍ଟ ଡ଼୍ରାଇଭର ସଂଘ ଶସ୍ତା ରାଜନୀତି, ଆତ୍ମପ୍ରଚାର, ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ନିରୀହ ଡ଼୍ରାଇଭରମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ରାଜରାସ୍ତାକୁ ଟାଣୁଛନ୍ତି । ଆନେ୍ଦାଳନରେ ସାମିଲ ହେଉନଥିବା ଡ଼୍ରାଇଭରମାନଙ୍କୁ କଙ୍ଗାରୁ କୋର୍ଟ ଜରିଆରେ ଦଣ୍ଡବିଧାନ କରାଯାଉଛି । ସଂଘର କର୍ମକର୍ତ୍ତାମାନେ କହିଥିଲେ ଯେ ବର୍ତ୍ତମାନର ସରକାର ମାତ୍ର ଏକ ବର୍ଷ ହେଲା କ୍ଷମତାକୁ ଆସିଥିବା ବେଳେ ଅଟୋ ଚାଳକମାନଙ୍କ ମୌଳିକ ଦାବି ଓ ସମସ୍ୟା ୪୦ରୁ ୫୦ବର୍ଷର । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯାଇ ଦାବିର ସମାଧାନ କରାଯିବ । ଅଟୋ ଚାଳକମାନଙ୍କ ପାଇଁ ଅସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ବୀମା ରାଶି ୨ଲକ୍ଷ ଓ ୪ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ମିଳୁନାହିଁ । ଏ ପରିପ୍ରେକ୍ଷୀରେ ମହାସଂଘ ଆନେ୍ଦାଳେନ ସହିତ ଆଦୌ ସାମିଲ ହେବନାହିଁ ।