ଟ୍ରେନ୍ ଧକ୍କାରେ ୮ ହାତୀ ମୃତ
ନୂଆଦିଲ୍ଲୀ : ଆସାମର ହୋଜାଇ ଜିଲ୍ଲାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ସାଇରଙ୍ଗ ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏକ ହାତୀ ପଲକୁ ଧକ୍କା ଦେଇଛି । ଫଳରେ ୮ଟି ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହାତୀ ପଲ ସହ ଧକ୍କା ହେବା ପରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଟ୍ରେନ୍ର ଇଞ୍ଜିନ୍ ସହ ୫ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୮ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
ରେଳବାଇର ସୂଚନା ଅନୁଯାୟୀ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ରେଳବାଇ ଅଧିକାରୀ କହିଛନ୍ତି ଯେ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ଏହି ଟ୍ରେନ୍ ଟି ରାତି ପ୍ରାୟ ୨.୧୭ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହାତୀ ପଲ ରେଳ ଧାରଣା ଦେଇ ଯାଉଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା ଟ୍ରେନ୍ । ଏହା ଫଳରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା ।
Samir Kumar Rout