ଠିକାଦାରଙ୍କ ଗୋଦାମ ପାଲଟିଛି ମିଶନ ଶକ୍ତି ଗୃହ

 ନବରଙ୍ଗପୁର : ନବରଙ୍ଗପୁର ସହରରେ ୱାର୍ଡବାସୀଙ୍କ ବିଭିନ୍ନ ଛୋଟ ବଡ଼ କାର୍ଯ୍ୟକ୍ରମ ପାଇଁ ପୌରପରିଷଦ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଏହା ବ୍ୟବହାରରେ ନଲାଗିବା ଯୋଗୁଁ ଭାଙ୍ଗିରୁଜି ଯାଇଥିବା ବେଳେ ଠିକାଦାରଙ୍କ ଗୋଦାମ ଗୃହ ପାଲଟିଛି । ଏପରି ଏକ ମିଶନ ଶକ୍ତି ଗୃହ ଦେଖିବାକୁ ମିଳିଛି ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ପରିସରରେ । ୨୦୨୦ ମସିହାରେ ନବରଙ୍ଗପୁର ସହରରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ଏପରି ୭ଟି କେନ୍ଦ୍ର ନିର୍ମାଣ ହୋଇଥିଲା । ସେହି ସମୟରେ ନିର୍ବାଚିତ ପ୍ରତିନିଧିମାନେ ଏହି କେନ୍ଦ୍ର ଗୁଡ଼ିକୁ ଉଦ୍ଘାଟନ କରିଥିଲେ । ଏହି କେନ୍ଦ୍ରର ଉଦେ୍ଦଶ୍ୟ ରହିଥିଲା ୱାର୍ଡର ଏସଏଚଢି ମହିଳାମାନେ ଏକାଠି ବସି ବୈଠକ କରିବେ । କିଭଳି ଆତ୍ମନିର୍ଭରଶୀଳ ହେବେ ଓ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ହେବ । ଏଥିସହ ପିଲାମାନେ ଖେଳାଖେଳି କରିବେ ଓ କୌଣସି ଛୋଟ ବଡ଼ କାର୍ଯ୍ୟକ୍ରମ ହେବ । ତେବେ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ପରିସରରେ ନିର୍ମାଣ ହୋଇଥିବା ଏହି ଗୃହର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁଁ ଭାଙ୍ଗିରୁଜି ଗଲାଣି । ଉକ୍ତ ପରିସର ଏବେ ଠିକାଦାରଙ୍କ ଗୋଦାମ ପାଲଟିଛି ବୋଲି ଅଭିଯୋଗ ହୋଇଛି । ଏନେଇ ପୂର୍ବତନ କାଉନସିଲର ଉତ୍ତମ ତ୍ରିପାଠୀ କହିଛନ୍ତି ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଯେଉଁ ସ୍ଥାନରେ ରହିଛି ସେହି ସ୍ଥାନରେ କୌଣସି ଜନବମତି ନାହିଁ । ଏହି କେନ ନିର୍ମାଣ କରାପରଦିନ ଠାରୁ ବ୍ୟବହାରରେ ଲାଗୁନି । ବର୍ତ୍ତମାନ ଏହା ଜନୈକ ଠିକାଦାରଙ୍କ ଗୋଦାମ ପାଲଟିଛି । ତୁରନ୍ତ ଏହି ଗୃହର ମରାମତି କରାଯିବା ସହ ଲୋକଙ୍କ ବ୍ୟବହାରରେ ଲଗାଯାଉ ବୋଲି ଦାବି କରିଛନ୍ତି । ଅପରପକ୍ଷେ ପୂର୍ବରୁ ନିର୍ମାଣ ହୋଇଥିବା ଏହି ଗୃହ ଗୁଡ଼ିକ ବ୍ୟବହାରରେ ଲାଗୁନଥିବା ବେଳେ ଏବେ ପ୍ରତି ୱାର୍ଡରେ ପୁଣି ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହ ଗୁଡ଼ିକ ପର୍ଯ୍ୟାୟରେ ନିର୍ମାଣ କରାଯାଇଥିବା ଗୃହ ଗୁଡ଼ିକ ୭ ଲକ୍ଷ ବ୍ୟୟରେ ନିର୍ମାଣ କରାଯାଇଛି । ତେବେ ସହରର ବିଭିନ୍ନ ୱାର୍ଡରେ ନିର୍ମାଣ ହୋଇଥିବା ୧୨ଟି ମିଶନ ଶକ୍ତି ଗୃହ ମଧ୍ୟରୁ ଅଧିକାଂଶ ଗୃହ ବ୍ୟବହାରରେ ଲାଗୁନି । କେଉଁଠି ପାଣି ଟ୍ୟାପ୍ ତ ଆଉ କେଉଁଠି ଚଟାଣରୁ ପ୍ଲେଟ୍ ଉଠିଗଲାଣିଜ୍ଝ ଟାଙ୍କିକୁ ପାଣି ସଂଯୋଗ ହୋଇନି ଉଦଘାଟନ ଫଳକ ବି ଭାଙ୍ଗି ଗଲାଣି । ପ୍ରଶାସନିକ ସ୍ତରରେ ଏନେଇ ସମୀକ୍ଷା କରାଯାଉଥିଲେ ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।