ଡାଇରିଆ ମୁକାବିଲା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ଆହୁରି ସତର୍କ ରହିବାକୁ ନିଦେ୍ର୍ଦଶ
ଭୁବନେଶ୍ୱର : ରାଜ୍ୟରେ ଡାଇରିଆ ସଂକ୍ରମଣର ତ୍ୱରିତ ମୁକାବିଲା ପାଇଁ ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ଯାଜପୁର, କଟକ, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ର୍ରାପଡା ଆଦି ୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଭାସି ମାଧ୍ୟମରେ ଡାଇରିଆ ସ୍ଥିତି ଓ ମୁକାବିଲାର ବିଭିନ୍ନ ଦିଗ ଉପରେ ମନ୍ତ୍ରୀ କାର୍ଯ୍ୟ କରିବାପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହା ସହ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ସତ୍ତ୍ୱେ ସମସ୍ତେ ସମ୍ପୂର୍ଣ୍ଣ ରୂପେ ସତର୍କ ରହି କାର୍ଯ୍ୟ କରିବାକୁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଏହା ସହ ଆଗାମୀ ମୌସୁମୀକୁ ଦୃଷ୍ଟିରେ ରଖି ତିନିମାସ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ସମନ୍ୱୟ ସହ ସାମଗ୍ରିକ ଭାବରେ ପ୍ରସ୍ତୁତ ରହିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ ।
ପାନୀୟଜଳ ସ୍ରୋତ ଗୁଡିକର ବିଶୋଧନ, ତୃଣମୂଳସ୍ତରରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ଡାକ୍ତରଖାନା ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷାଦ୍ୱାରା ଚିକିତ୍ସାସେବା ଯୋଗାଇବା, ପରିମଳ ବ୍ୟବସ୍ଥା, ଖାଦ୍ୟ ନିରାପତ୍ତା, ସଂକ୍ରମିତ ଜଳଉତ୍ସ ଚିହ୍ନଟ ଓ ବିଭାଗୀୟ ସମନ୍ୱୟ ବିଷୟରେ ସେ ବିସ୍ତୃତ ସମୀକ୍ଷା କରିଥିଲେ ମନ୍ତ୍ରୀ । ଏହାସହ ଡାଇରିଆ ଜନିତ ବିଭିନ୍ନ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଲୋକଙ୍କୁ ତୃଣମୂଳସ୍ତରରୁ ସଚେତନ କରାଇବା ପାଇଁ ଜିଲ୍ଲାପାଳ ଓ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ଙ୍କ ନିଦେ୍ର୍ଦଶ କ୍ରମେ ଆଜି କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ତିନୋଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ମିଳିତ ବିଶେଷଜ୍ଞ ଦଳ ପହଞ୍ଚି ଡାଇରିଆ ମୁକାବିଲାର ବିଭିନ୍ନ ଦିଗ ଉପରେ ସମୀକ୍ଷା ଜାରି ରଖିଛନ୍ତି । ଯାଜପୁର, କଟକ, ଭଦ୍ରକ ଆଦି ଜିଲ୍ଲାରେ ବିଶେଷଜ୍ଞଦଳ ସ୍ଥିତି ସମୀକ୍ଷା ଜାରି ରଖିଛନ୍ତି । ଏହି ଟିମ ମାନେ ସମ୍ପୃକ୍ତ ଜିଲ୍ଲା ମାନଙ୍କରେ ଡାଇରିଆ ମୁକାବିଲା ଓ ନିରାକରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଅନୁଧ୍ୟାନ କରିଛନ୍ତି । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍ ଯୋଗଦେଇ ବିଭାଗୀୟ ପ୍ରସ୍ତୁତିର ସମସ୍ତ ଦିଗ ବିଷୟରେ ମନ୍ତ୍ରୀଙ୍କୁ ସୂଚିତ କରିଥିଲେ ।
ମିଶନଶକ୍ତି ବିଭାଗ ପକ୍ଷରୁ ଡାଇରିଆ ନିବାରଣ ପାଇଁ ମହିଳା ଏସ୍ଏଚଜି ସଦସ୍ୟଙ୍କ ମାଧ୍ୟମରେ ସଚେତନତା ଅଭିଯାନ କରାଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ଅଭିଯାନ ଆସନ୍ତା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ସମସ୍ତ ମହିଳାଏସଏଚଜି ସଦସ୍ୟା ସମସ୍ତ ପରିବାରଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ଡାଇରିଆ ନିୟନ୍ତ୍ରଣ ପାଇଁ ସମସ୍ତ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ କ୍ଲୋରିନ୍ରେ ବିଶୋଧନ କରାଯାଉଛି । ସରକାର ସବୁ ଦିଗରୁ ଏହି ପରିସ୍ଥିତିର ମୁକାବିଲା ଓ ଲୋକଙ୍କ ନିରାପଦ ସ୍ୱାସ୍ଥ୍ୟ ପ୍ରତି ସମର୍ପିତ ଥିବା ନେଇ ମନ୍ତ୍ରୀ କହିଥିଲେ ।