ଡିଜିଟାଲ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ଶୁଭାରମ୍ଭ
ମାଲକାନଗିରି: ମାଲକାନଗିରି ସହରରେ ଦୁର୍ଘଟଣା ରୋକିବା ପାଇଁ ବାଲିମେଳା ଛକ ଠାରେ ପୌରପରିଷଦ ପକ୍ଷରୁ ଡିଜିଟାଲ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ପ୍ରଥମ ଥର କରି ପ୍ରତିଷ୍ଠା କରାଯାଇଛି । ମାଲକାନଗିରି ସଦର ବାଲିମେଳା ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟ୍ର ଶୁଭାରମ୍ଭ କରିଛନ୍ତି ନୂତନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଏହା ଦ୍ୱାରା ବାଲିମେଳା ଛକ ଠାରେ ଲାଗି ରହିଥିବା ଟ୍ରାଫିକ୍ ସମସ୍ୟା ଦୂର ହୋଇ ପାରିଛି ଓ ଏହାଦ୍ୱାରା ସହରବାସୀ ଉପକୃତ ହୋଇପାରିବେ । ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ଉପାଧ୍ୟକ୍ଷା କବିତା ମାହୁନ୍ତ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ପୌର ପରିଷଦ ନିର୍ବାହୀଅଧିକାରୀ ରାଜୀବ ଲୋଚନ ନାୟକଙ୍କ ସମେତ ସମସ୍ତ ୱାର୍ଡର ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।