ଦୋଳ ପୂର୍ଣ୍ଣିମା ଉତ୍ସବ ପାଳିତ
ମାଲକାନଗିରି : ଆଦିବାସୀ ଅଧୁ୍ୟଷିତ ମାଲକାନଗିରି ଜିଲ୍ଲାରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି । ଜାତି, ବର୍ନ, ଧର୍ମ, ବଡ ଓ ସାନ ନିର୍ବିଶେଷରେ ସମସ୍ତେ ନିଜ ନିଜ ମଧ୍ୟରେ ଅଭିର ରଙ୍ଗ ବୋଳାବୋଳି ହୋଇ ନାଚଗୀତ ମଧ୍ୟରେ ପାଳିଛନ୍ତି ରଙ୍ଗର ଏହି ମହାନ ପର୍ବକୁ । ତେବେ ଜିଲ୍ଲାରେ ପ୍ରତିବର୍ଷ ହୋଲିରେ କିଛି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଜିଲ୍ଲାର କାଲିମେଳା ବ୍ଲକ ବଦଲି ପଞ୍ଚାୟତ ଅନ୍ତର୍ଗତ ପୋଟେରୁ ଠାରେ ନର ନାରାୟଣ ସେବାଶ୍ରମ ତରଫରୁ ବିଗତ ୫୦ ବର୍ଷ ଧରି ପବିତ୍ର ଦୋଳ ପୁର୍ଣିମା ପାଳନକୁ ସ୍ୱତନ୍ତ୍ର ରୀତିନୀତିରେ ପାଳନ କରାଯାଇ ଆସୁଅଛି । ଚଳିତ ବର୍ଷ ମଧ୍ୟ ଏହି ଉସôବ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି । ଉସôବରେ ବିଭିନ୍ନ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ନରନାରାୟଣଙ୍କ ପୁଜାର୍ଚନା କରିଥିଲ । ହରିହର ହୁଳହୁଳି ନାମ ସଂକୀର୍ତନ ଏବଂ ପ୍ରବଚନରେ ଅଞ୍ଚଳଟି ମୁଖରିତ ହୋଇ ଉଠିଥିଲ । । ସେହିପରି ବିଭିନ୍ନ ସ୍ଥାନରେ ହୋଲିର ପର୍ବକୁ ଲୋକେ ହର୍ଷ ଉଲ୍ଲାସର ସହ ପାଳନ କରୁଥିବା ବେଳେ ଜିଲ୍ଲା ସଦରରେ ଚା ଖଟି ଗ୍ରୁପ ଓ ଫ୍ରେଣ୍ଡସ ଗ୍ରୁପ ପକ୍ଷରୁ ରାସାୟନିକ ରଙ୍ଗକୁ ବାଦ ଦେଇ ହର୍ବାଲ ଅଭିରରେ ନିଆରା ଭାବେ ହୋଲି ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥା ଓ ପରମ୍ପରା ଅନୁଯାୟୀ ଦହି ହାଣ୍ଡି ବାନ୍ଧି ଏହାକୁ ଯୁବକ ମାନେ ଉଲ୍ଲାସର ସହ ଫଟାଇବା ସହ ଲୋକଙ୍କୁ ହୋଲିର ଶୁଭକାମନା ଜଣାଇଥିଲେ । ସେହିପରି ଜିଲ୍ଲାପାଳ ଓ ଏସପିଙ୍କ ଆବାସିକ କାର୍ଯ୍ୟାଳୟ ପରିସରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ହୋଲି ଉସôବ ମନାଇଛନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀ, ସରକାରି କର୍ମଚାରୀ ଓ ସହରବାସୀ ମାନେ ଆଡମ୍ବର ସହକାରେ ବାଦ୍ୟ ଓ ନୃତ୍ୟର ତାଳେ ହୋଲି ଉସôବକୁ ପାଳନ କରିଛନ୍ତି । ଅନୁରୁପ ମାଲକାନଗିରି ଠାରେ ଥିବା ଗୁରପ୍ରୀୟା, ସପ୍ତଧାରା, ସିଲେରୁ, ସହିଦ ଲକ୍ଷ୍ମଣନାୟକ, ମାଲ୍ୟବନ୍ତ, ନବପ୍ରଭାତ ଛାତ୍ରବାସର ପ୍ରାୟ ୬୦୦ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନନ୍ଦରେ ହୋଲିଖେଳର ମଜା ନେଇଥିଲେ । ଜିଲ୍ଲାର ବିଭିନ୍ନ ମନ୍ଦିରରେ ହୋଲି ପର୍ବ ଅବସରରେ ନାମ ଶଙ୍କିର୍ତନ ସହିତ ଦରିଦ୍ର ନାରାୟଣ ସେବା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।