ବସ ଓଲଟି ୨୫ ଯାତ୍ରୀ ଆହତ
ମାଲକାନଗିରି : ହାଇଦ୍ରାବାଦରୁ ଭବାନିପାଟଣା ଅଭିମୁଖେ ଯାଉଥିବା ଶ୍ରୀ ବାଲାଜୀ ନାମକ ଘରୋଇ ବସ ମାଲକାନଗିରି ଥାନା ଅନ୍ତର୍ଗତ ବିଜାଘାଟିରେ ଓଲଟି ପଡି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଦ୍ଧଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି । ସମସ୍ତ ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହ ପୁଲିସ ଓ ପ୍ରଶାସନ ଦ୍ୱାରା ଉଦ୍ଧାର କରି ପାଣ୍ଡରିପାଣି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବସଟିରେ ଯେତିକି ଯାତ୍ରୀ ଯିବା କଥା ତା ଠାରୁ ପ୍ରାୟ ଦୁଇଗୁଣ ଯାତ୍ରୀ ଥିବା ଜଣା ପଡିଥିବା ବେଳେ ବ୍ରେକ ଫେଲ ହେବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତେକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଏହି ବସ ରେ ପ୍ରାୟ ୭୦ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ପରେ ବସ ମଧ୍ୟରୁ ସେମାନଙ୍କୁ ସ୍ଥାନୀୟ ଲୋକେ ଓ ପୁଲିସ ଦ୍ୱାରା ଉଦ୍ଧାର କରଯାଇଥିଲା । ଉଦ୍ଧାର ଯାତ୍ରୀଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇ ନଥିବା ବେଳେ କିଛି ସ୍ଥାନୀୟ ସ୍ୱେଚ୍ଚା ସେବୀ ସଂଙ୍ଗଠନ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଧାର କରିବା ସହ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।