ଡ୍ରେନରୁ ନାବାଳିକା  ମୃତଦେହ ଉଦ୍ଧାର 

ଡ୍ରେନରୁ ନାବାଳିକା  ମୃତଦେହ ଉଦ୍ଧାର 

ସମ୍ବଲପୁର : ଡ୍ରେନରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ । ସକାଳ ସମୟରେ ଘର ପାଖ ଡ୍ରେନରୁ ମିଳିଛି ନାବାଳିକା ମୃତଦେହ । ସମ୍ବଲପୁର ଅଇଁଠାପାଲି ଥାନା ଶାନ୍ତି ନଗରରେ ଘଟିଛି ଏଭଳି ଅଘଟଣ । ମୃତଦେହ ଉଦ୍ଧାର ପରେ ପୁଳିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ୨୦୧୪ରେ ନାବାଳିକା ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ  ଘଟିଥିଲା ଏବଂ ୩ ବର୍ଷ ପରେ ମାଁଙ୍କ ଆତ୍ମହତ୍ୟା ପରେ ଜେଜେ ବାପା ଓ ଜେଜେ ମାଁ ସାଙ୍ଗରେ ରହୁଥିଲେ ନାବାଳିକା । ଡ୍ରେନରୁ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଥମୁନି । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଦୁର୍ଘଟଣା କହୁଥିବାବେଳେ ସମ୍ପର୍କୀୟ କିନ୍ତୁ ଏହାକୁ ହତ୍ୟା ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଘରୁ ବାହାରି ଏକ ସ୍କୁଟିରେ ଯାଉଥିବାବେଳେ ଡ୍ରେନରେ ପଡି କେମିତି ମୃତ୍ୟୁ ହେବ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।