ତାର ସାହାରାରେ ଲଟିକିଛି ବିଦୁ୍ୟତ ଖୁଣ୍ଟ , ଠିକାସଂସ୍ଥା ପାଇଁ ବିପଦ ସାଜିଛି ଗ୍ୟାସ୍ ପାଇପ
ାା ପ୍ରଭାନୁ୍ୟଜ ।ା ଯାଜପୁର : ବିଦୁ୍ୟତ ଉପକାରୀତା ଯେତିକି ଅପକାରୀତା ମଧ୍ୟ ସେତିକି । ସାମାନ୍ୟ ଅସାବଧାନତା ଜୀବନ ନେଇଥାଏ ବିଦୁ୍ୟତ । ସେଥିପାଇଁ ବିଦୁ୍ୟତ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଟାଟା କର୍ତ୍ତୃପକ୍ଷ ଅଗ୍ରାଧିକାର ଦେଉଛନ୍ତି । ବିଦୁ୍ୟତ ଖୁଣ୍ଟ ମୂଳକୁ ସବଳ କରିବା ଠାରୁୁ ଆରମ୍ଭ କରି ତାର ବଦଳରେ କେବୁଲର ବ୍ୟବସ୍ଥା କରୁଛନ୍ତି ।
ସହରାଞ୍ଚଳରୁ ଗ୍ରାମାଞ୍ଚଳ ଯାଏ ଭିତିଭୂମିର ବିକାଶ ଦିଗରେ ଟିପିଏନଓଡ଼ିଏଲ କାର୍ଯ୍ୟ କରୁଥିବା କୁହାଯାଉଥିଲେ ହେଁ ମାସ ଧରି ଗୋଟିଏ ବିଦୁ୍ୟତ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ଢଳେଇ ହୋଇ ତାର ସାହାରାରେ ଝୁଲି ରହିଥିଲେ ହେଁ ତାହାର ମରାମତି ଦିଗରେ କୈାଣସି ପଦକ୍ଷେପ ନିଆଯାଉନି । ଆମେ କହୁଛୁ କୋରେଇ ବ୍ଲକ ଅନ୍ତର୍ଗତ ତାହାରପୁର ପଞ୍ଚାୟତର ବଳଦିଆ ଗ୍ରାମରାସ୍ତା କଡ଼େ ଲଟିକିଥିବା ଖୁଣ୍ଟର କଥା । ନହକା-ଖଇରା ରାସ୍ତାରୁ ବଳଦିଆକୁ ପଡ଼ିଥିବା ରାସ୍ତାର ଆଦିବାସୀ ସାହି ନିକଟ ବାମପାଶ୍ୱର୍ ରାସ୍ତାରେ ମାସମାସ ଧରି ତାର ଭରସାରେ ଲଟକି ରହିଛି ଖୁଣ୍ଟ । ସଂପୃକ୍ତ ଗୋଟିଏ ଖୁଣ୍ଟ ଅଶିଭାଗ ଲଟିକି ଥିବା ବେଳେ୨୦ଭାଗ ଭୁଇଁଠାରୁ ଉପରେ ରହିଛି । ଯେଉଁ ଖୁଣ୍ଟରେ କେବୁଲ ବନ୍ଧା ହୋଇ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇଛି । ଏଖବର ବିଦୁ୍ୟତ ବିଭାଗ ପାଖରେ ରହିଥିଲେ ହେଁ ମରାମତି କରିବା ଦିଗରେ ତତ୍ପରତା ଦେଖାଉନି । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ଗାସ ପାଇପ ଲାଇନ ବିଛାଇବାକୁ ବିପିସିଏଲର ଠିକାଦାର ମାସକ ତଳେ କେବୁଲ ବିଛାଇଥିଲେ । କେବୁଲ ବିଛାଇବାକୁ କମ୍ପାନୀ କର୍ତ୍ତୃପକ୍ଷ ମେସିନ ସାହାର୍ଯ୍ୟରେ ଖୋଳିବା ବେଳେ ବିଦୁ୍ୟତ ଖୁଣ୍ଟ ମୂଳ ଦୋହଳିଗଲା । ଫଳରେ ଖୁଣ୍ଟଟି ବିପଦ ସଂକୁଳ ଅବସ୍ଥାରେ ଲଟକି ରହିଛି । ଗୋଟିଏ ଖୁଣ୍ଟ ଲଟକି ରହିଥିବା ବେଳେ ଅନ୍ୟ ଖୁଣ୍ଟ ଗୁଡ଼ିକ ସାମାନ୍ୟ ଭାବେ ଢଳି ଯାଇଛି । ବିପିସିଏଲ ଠିକାସଂସ୍ଥାର ବେଫିକର ନୀତିରୁ ବିଦୁ୍ୟତ ଖୁଣ୍ଟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଟିପିଏନ୍ଓଡ଼ିଏଲ୍ କର୍ତ୍ତୃପକ୍ଷ ସଳଖ କରିବା ଦିଗରେ କୈାଣସି ପଦକ୍ଷେପ ଦେଉନି । ଯଦି କୌଣସି ସମୟରେ ଖୁଣ୍ଟଟି ତଳେ ପଡ଼ିଯିବ, ଆଉ କେବୁଲ କି ତାର ଛିଡ଼ି କିଛି ଅଘଟଣ ଘଟେ, ତେବେ ସେଥିପାଇଁ କିଏ ଦାୟୀ ରହିବ ବିପିସିଏଲ ଠିକାସଂସ୍ଥା ନାଁ ଟିପିଏନଓଡ଼ିଏଲ?