ସ୍ତ୍ରୀକୁ ହତ୍ୟା; ସ୍ୱାମୀ କୋର୍ଟଚାଲାଣ
ବିଞ୍ଝାରପୁର/ସିଂହପୁର: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ଶାବଳରେ ଭୁଶି ସ୍ୱାମୀ ହତ୍ୟା କରିବା ଭଳି ବିଭସô କାଣ୍ଡ ବିଞ୍ଝାରପୁର ଥାନା ଅନ୍ତର୍ଗତ ଚନ୍ଦ୍ରମୁଁ ଠାରେ ଘଟିଛି । ପୁଲିସ ହତ୍ୟା ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ବେଳେ ସ୍ତ୍ରୀର ମୃତ ଦେହକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇଛି । ଖବର ଅନୁଯାଇ ରବିବାର ରାତିରେ ଚନ୍ଦ୍ରମୁଁ ଗ୍ରାମର ସୁଦାମ ମଲ୍ଲିକ ଓ ତାଙ୍କ ପତ୍ନୀ ଶାନ୍ତିଲତା ରାତିରେ ଖାଇ ସାରି ଶୋଇବାକୁ ନିଜ କୋଠରୀ ମଧ୍ୟକୁ ଯାଇଥିଲେ । ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଏହାପରେ ଭିତରପଟୁ କାବଟ ବନ୍ଦ କରି ଦେଇଥିଲା ନୃସଂଶ ସ୍ୱାମୀ ସୁଦାମ । ପତ୍ନୀ ଶାନ୍ତିଲତାଙ୍କୁ ଏକ ଶାବଳରେ ପେଟ, ଛାତି, ବେକକୁ ଭୁଶସି ହତ୍ୟା କରିଥିଲା । ଶାନ୍ତିଲତା ଜୀବନ ବିକଳରେ ଚିକôାର କରୁଥିବା ଶୁଣି ଶାଶୁ ସମେତ ଦିଅର ଓ ପଡୋଶୀ ଉଠି କବାଟ ବାଡେଇଥିଲେ ମଧ୍ୟ ସୁଦାମ କବାଟ ଖୋଲି ନଥିଲା । ପରିବାର ଓ ପଡୋଶୀ ବକାଟ ଭାଙ୍ଗି ଘରେ ପସିବା ବେଳେ ଘର ଭିତରେ ଶାନ୍ତିଲତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ତାଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିଞ୍ଝାରପୁର ଥାନା ପୁଲିସ ମେଡିକାଲରେ ପହଁଚି ମୃତ ଦେହକୁ ଜବତ କରିବା ସହିତ ଘଟଣା ସ୍ଥଳରେ ପହଁଚି ହତ୍ୟାକାରୀ ସ୍ୱାମୀ ସୁଦାମକୁ ଗିରଫ କରିଥିଲା । ଘଟଣା ସ୍ଥଳୁ ପୁଲିସ ବ୍ୟବଦୃତ ଶାବଳକୁ ଜବତ କରିଛି । ଏହି ହତ୍ୟା କାଣ୍ଡକୁ ନେଇ ମୃତା ଶାନ୍ତିଲତାର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ୨୮୦/୨୫ ରେ ଏକ ହତ୍ୟା ମାମଲା ରୁଜ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।