ବିଦ୍ୟାଳୟ ପାଚିକା-ସହାୟିକାଙ୍କ ସମ୍ମିଳନୀ

ାା ପ୍ରଭାନୁ୍ୟଜ ।ା  କବାଟବନ୍ଧ : ରବିବାର ଧର୍ମଶାଳା ବ୍ଲକ ଅନନ୍ତର୍ଗତ ବାଲିକୁଦିଆ ଠାରେ ବିଦ୍ୟାଳୟ ପାଚିକା ସହାୟିକାଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାଚିକା-ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସର୍ବନିମ୍ନ ମଜୁରୀ ମାସିକ ୨୮ହଜାର ଟଙ୍କା, ବର୍ଷରେ ୧୨ ମାସର ପାରିଶ୍ରମିକ ପ୍ରଦାନ,ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି, ଅବସରକାଳୀନ ଆର୍ଥôକ ସହାୟତା, ପେନସନ ବ୍ୟବସ୍ଥା କରିବା ଆଦି ଦାବିରେ ଏଆଇୟୁଟିୟୁସିର ଯାଜପୁର ଜିଲା ସମ୍ପାଦକ ସୁରେଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଜୟସେନ ମେହେରଯୋଗ ଦେଇ ପାଚିକା ସହାୟିକାମାନେ ଶକ୍ତିଶାଳୀ ଐକ୍ୟବଦ୍ଧ ଆନେ୍ଦାଳନ ଗଢିତୋଳିବା ସଙ୍ଗେସଙ୍ଗେ ସମସ୍ତ ବର୍ଗର ଶ୍ରମିକ କର୍ମଚାରୀଙ୍କୁ ନେଇ ୧୫ରୁ ୧୭ ଡିସେମ୍ବର ୨୦୨୪ରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଏଆଇୟୁଟିୟୁସିର ୨୨ତମ ସର୍ବଭାରତୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅଞ୍ଚଳର ବିଶିଷ୍ଟ ଚାଷୀନେତା ଚୈତନ୍ୟ ସାହୁ ମଞ୍ଚାସୀନ ହୋଇ ପାଚିକାମାନଙ୍କ ଦାବିକୁ ସମର୍ଥନ କରିଥିଲେ । ପାଚିକା ସହାୟିକାମାନଙ୍କ ଆନେ୍ଦାଳନକୁ ପରିଚାଳନା କରିବା ନିମନ୍ତେ ଏକ ୨୫ ଜଣିଆ ଆଞ୍ଚଳିକ କମିଟି ନିର୍ବାଚିତ ହୋଇଛି । ମହିଳା, ଛାତ୍ର, ଯୁବ ଓ କୃଷକ ସଂଗଠନ କର୍ମୀ ସହଯୋଗ କରିଥିଲେ ।