ତ୍ରିନାଥ ସେବା ସଂଗଠନର କର୍ମକର୍ତ୍ତା ଚୟନ
କଟକ: କଟକ ମହାନଗର ନିଗମ ୪୮ନଂ ୱାର୍ଡ ଅନ୍ତର୍ଗତ ଭୁବନପୁର ଗ୍ରାମର "ତ୍ରିନାଥ ସେବା ସଂଗଠନ’ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ମୁରବୀ ଚିରଂଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ତ୍ରିନାଥ ମନ୍ଦିରର ନିତିକାନ୍ତି ସେବା ଓ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏବଂ ଠାକୁରଙ୍କର ସ୍ଥାୟୀ ପୂଜକ ନିଯୁକ୍ତ, ମାସିକ ମେଳା ସହ ପ୍ରତିମାସରେ ବୈଠକ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏଥିସହିତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ସଂଗଠନର କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ସର୍ବସମ୍ମତ୍ତି କ୍ରମେ ତ୍ରିନାଥ ମନ୍ଦିର ଓ "ତ୍ରିନାଥ ସେବା ସଂଗଠନ’ର ସଭାପତି ଭାବେ ତିର୍ଥାନନ୍ଦ ପଣ୍ଡା, ସମ୍ପାଦକ ଭାବେ ଦୟାନିଧି ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ଯଶୋବନ୍ତ ପଣ୍ଡା ଓ ସହ କୋଷାଧ୍ୟକ୍ଷ ଭାବେ ରବି ନାରାୟଣ ଦାସ, ସଂଯୋଜକ ଭାବେ ସୁବାସ ମିଶ୍ର ମନୋନୀତ ହୋଇଥିଲେ । ଉପଦେଷ୍ଟା ଭାବେ ବରିଷ୍ଠ ମୁରବୀ ନିର୍ମଳ ପଣ୍ଡା, ଚିରଞ୍ଜୟ ବେହେରା, ଚିତ୍ତ ରଞ୍ଜନ ପଣ୍ଡା, ମାନସ ପରିଡ଼ା, ଯୋଗେନ୍ଦ୍ର ବାରିକ, ଅମର ସାହୁ, ବ୍ରଜବନ୍ଧୁ ବସ୍ତିଆ, ସପନ ଡାକୁଆ, ଜଗବନ୍ଧୁ ସ୍ୱାଇଁ, ନଟବର ବେହେରା, ଦିବାକର ବେହେରା, ପ୍ରକାଶ ବେହେରା, କୃପାସିନ୍ଧୁ ନାୟକ, ତୋଫାନ ବେହେରା, କେ.ସୂର୍ର୍ଯ୍ୟ ନାରାୟଣନ, ଅନନ୍ତ ବରାଳ, ଲକ୍ଷ୍ମୀଧର ମହାରଣା, ଦେବାଶିଷ ଦାସ, ପ୍ରଦୀପ ପଣ୍ଡା, ଅଲେଖ ଚନ୍ଦ୍ର ଦାସ ପ୍ରମୁଖ ରହିଛନ୍ତି । ନବ ନିଯୁକ୍ତ ସମସ୍ତ କାର୍ଯ୍ୟକର୍ତ୍ତା, ଉପଦେଷ୍ଟା,ଓ ସଦସ୍ୟ ମାନଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ବୃକ୍ଷ ଚାରାରୋପଣ,ରକ୍ତଦାନ ଶିବିର, ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ, ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ ପରି ବହୁ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ସଂଗଠନ ନିଷ୍ପତ୍ତି ନେଇଛି । ଶେଷରେ ମାନସ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ ।