ଶିକ୍ଷା ବିକାଶ ସମିତି ପକ୍ଷରୁ ପ୍ରାଦେଶିକ ସାଧାରଣ ସଭା

 କଟକ :  ସ୍ଥାନୀୟ ସରସ୍ୱତୀ ବିଦ୍ୟା ମନ୍ଦିର କେଶବଧାମ ଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ସାଧାରଣ ସଭା ବିଦ୍ୟାଭାରତୀ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଭାରତୀ ଅଖିଳ ଭାରତୀୟ ସହ ମନ୍ତ୍ରୀ ଗାୟତ୍ରୀ ବାହିନୀ ପତି, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଅଧ୍ୟକ୍ଷ ଡ କିଶୋର ଚନ୍ଦ୍ର ମହାନ୍ତି, ସଂପାଦକ ଡ ସରୋଜ କୁମାର ହାତୀ, ସହ ସଂପାଦକ ଉମେଶ ଚନ୍ଦ୍ର ଦାସ, ସଂଗଠନ ମନ୍ତ୍ରୀ ତାରକ ଦାସ ସରକାର ଓ ଉମେଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସଂପାଦକ ଡ ହାତୀ ବାର୍ଷିକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ବିଦ୍ୟାଭାରତୀ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଶ୍ରୀ ମହାନ୍ତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ । ପଞ୍ଚକୋଷାତ୍ମକ ବିକାଶ ଆଧାରଭୁକ୍ତ ବିଷୟ ପଞ୍ଚପଦୀ ଅଧିଗମ ଶିକ୍ଷା ବ୍ୟବସ୍ଥା ତଥା ଭାରତୀୟତା ଆଧାରିତ ଶିକ୍ଷା ଭାରତ କୈନ୍ଦି୍ରକ ଶିକ୍ଷା ଆଦି ବିଷୟ ଭାରତରେ ଏକ ପରିବର୍ତ୍ତନ ଆଣିବା ଆମର ପରମ କର୍ତ୍ତବ୍ୟ ଓ ଦାୟିତ୍ୱ ହେଉ ବୋଲି ଶ୍ରୀ ମହନ୍ତ ଆହ୍ୱାନ ଦେଇଥିଲେ । ଉକ୍ତ ବୈଠକରେ ପଞ୍ଚ ପରିବର୍ତ୍ତନ ପୂର୍ବ ଛାତ୍ର ସଶକ୍ତିକରଣ, ବିଦ୍ୟାଳୟ ଛାତ୍ର ସଂଖ୍ୟା ବୃଦ୍ଧି, ଗୁଣାତ୍ମକ ଶିଶୁବାଟିକା କୌଶଳ ବିକାଶ, ମାତୃଭାରତୀ ଶକ୍ତି ଜାଗରଣ, ରାଷ୍ଟ୍ରୀୟ ଶିକ୍ଷାନୀତି, ପୋଷକ ଗ୍ରାମ୍ୟ ଅଭିଯାନ, ବିଦ୍ୟାଭାରତୀ ବିକାଶ ଯାତ୍ରା, ପ୍ରାଦେଶିକ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ ଏବଂ ପ୍ରତି ବ୍ଲକ କାର୍ଯ୍ୟକ୍ରମ କରିବା ଆଦି ବିଷୟରେ ଆଲୋଚନା ପାଇଁ ବ୍ୟବସ୍ଥା କରାଯାଇଥିଲା । ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ଫଳାଫଳ ପ୍ରକାଶ ପାଇଥିଲା । ଏହା ସହିତ ବାର୍ଷିକ ଯୋଜନା ପ୍ରସ୍ତୁତ ବୋଧମାଳା ଭାଗ ୧ ଓ ୨ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।