ରେଭେନ୍ସା ସମାବର୍ତ୍ତନ ଉତ୍ସବ : ରେଭେନ୍ସାର ସଂସ୍କୃତି ନୂଆ ଅଧ୍ୟାୟ ସୃଷ୍ଟି କରିବ : ଧର୍ମେନ୍ଦ୍ର
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମ ସମସ୍ତ ଓଡ଼ିଆ ଲୋକଙ୍କ ପାଇଁ ଏକ ସଂସ୍କୃତି, ପରମ୍ପରା ଏବଂ ସ୍ପନ୍ଦନ ସଦୃଶ । ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ ବୋଲି ମଙ୍ଗଳବାର ଏହି ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉସôବ -୨୦୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମାରୋହରେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନସୂଚକ ଉପାଧି ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଓଡିଶାର ବହୁ ଐତିହାସିକ ଘଟଣାର ବହୁ ଉତ୍ଥାନ ପତନର ଜୀବନ୍ତ ସାକ୍ଷୀ ଭାବରେ ବିଦ୍ୟମାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଆସିବା ମୋ ପାଇଁ ବହୁତ ଆନନ୍ଦର ମୁହୂର୍ତ୍ତ । ବିଶ୍ୱରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯୋଗଦାନ ରଖିଥିବା ଏହି ବିଶ୍ୱବିଦ୍ୟାଳୟ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ତକôାଳୀନ ମହାପୁରୁଷଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ଭାଷାଭିତ୍ତିକ ଆନେ୍ଦାଳନ ସହ ଓଡ଼ିଶାରେ ନବସୃଜନର କଳ୍ପନା କରିଛି । ରେଭେନ୍ସା ଯାହା ଆଜି ଭାବେ, ସେହି କଥାକୁ ଓଡ଼ିଶା ପରବର୍ତ୍ତୀ ସମୟରେ ଭାବେ । ପ୍ରଧାନ କହିଛନ୍ତି ଯେ ଆଜିର ସମସାମୟିକ ଜୀବନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଚାହିଦା ବଢିଛି, ଯେଉଁ ଏଆଇକୁ ରେଭେନ୍ସା ଏବଂ ଜାତୀୟତାବାଦର ସମ୍ପର୍କ ଉପରେ ପ୍ରଶ୍ନ କଲେ ଉତ୍ତର ଆସୁଛି, ଓଡ଼ିଆ ଜାତୀୟତାବାଦ ଓ ରେଭେନ୍ସାର ଅନନ୍ୟ ସମ୍ପର୍କ ରହିଛି । ଓଡ଼ିଆ ଜାତୀୟତାବାଦୀ ଆନେ୍ଦାଳନର ମୁଖ୍ୟ ମଞ୍ଚ ହେଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ୨୦୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ ମସିହାରେ ଭାରତ ଏହାର ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ରେଭେନ୍ସା ଏକ ଉତପ୍ରେରକ ଭଳି କାର୍ଯ୍ୟ କରିବ ବୋଲି ପ୍ରଧାନ କହିଛନ୍ତି ।