କାଗଜ କଲମରେ ସୀମିତ ଯୋଜନା


ାା ପ୍ରଭାନୁ୍ୟଜ ।ା କଟକ: କଟକ ମହାନଗର ନିଗମ ସିଏମସି ପକ୍ଷରୁ ସହରରେ ଆବର୍ଜନାରୁ ପଲିଥିନ ସଂଗ୍ରହ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଯିବ । ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଇ ସହରକୁ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ କରାଯିବ । ଏଭଳି ଏକ ମହତ ଉଦେ୍ଦଶ୍ୟ ନେଇ ମହାନଗର ନିଗମ ପକ୍ଷରୁ ପଲିଥିନ୍ ସଂଗ୍ରହକାରୀଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ସେମାନଙ୍କୁ ସ୍ୱଚ୍ଛତା ଦୂତ ଭାବେ ଅଭିହିତ କରିଯିବା ସହିତ ସମାଜରେ ଥଇଥାନ କରିବା ପାଇଁ ନିଗମ ନିଷ୍ପତ୍ତି ନେଇଥିଲା । କିନ୍ତୁ ତାହା ଏବେ ଉପହାସରେ ପରିଣତ ହୋଇଛି । ସହରରେ କେତେ ପଲିଥିନ ଗୋଟାଳି ଅଛନ୍ତି ତାହାର ଚିହ୍ନଟ ପ୍ରକି୍ରୟା ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ । ଅନ୍ୟପକ୍ଷରେ ସେମାନଙ୍କୁ ସଫେଇ କ୍ଷେତ୍ରରେ ନିଯୁକ୍ତି ଦିଆଯାଇ ପ୍ରୋତ୍ସାହନ ଦିଆଯିବା ପାଇଁ ବିଭିନ୍ନ ଯୋଜନା ଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନ ଥିବା ଅଭିଯୋଗ ହେଉଛି । ୨୦୨୦ରେ ୪୫ ଜଣକୁ ଚିହ୍ନଟ କରାଯାଇଥିଲା ମାତ୍ର, ଏହାପରେ ଚିହ୍ନଟ ପ୍ରକି୍ରୟା ବନ୍ଦ ରହିଛି । ଚାରି ବର୍ଷରେ ଜଣେ ମଧ୍ୟ ଚିହ୍ନଟ ହୋଇପାରିନାହାନ୍ତି । ସହରରେ ଅନେକ ପଲିଥିନ ସଂଗ୍ରହକାରୀ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ବିଶେଷ କରି ବସ୍ଷ୍ଟାଣ୍ଡ, ରେଳଷ୍ଟେସନ ଖପୁରିଆ ଓ ଜଗତପୁର ଶିଳ୍ପାଞ୍ଚଳରେ ଏମାନଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥାଏ । ସିଏମସି ଯେଭଳି ଅଳିଆ ଆବର୍ଜନା ସଫେଇ କରୁଛି ସେମାନେ ମଧ୍ୟ ପଲିଥିନ୍ ଗୋଟାଇ ପରୋକ୍ଷରେ ପରିବେଶକୁ ସ୍ୱଚ୍ଛ ରଖିବାରେ ସହାୟତା କରୁଛନ୍ତି । ତେଣୁ ସହରରେ ଜରି ଓ ବୋତଲ ଉଠାଉଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ସିଏମସି ପକ୍ଷରୁ ପରିଚୟ ପ୍ରଦାନ କରି ସେମାନଙ୍କୁ ସଚେତନ କରିବା ନିମନ୍ତେ ୨୦୧୬ ନଭେମ୍ବର ମାସରେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ୨୦୨୦ ମସିହାରେ ବର୍ଜ୍ୟବସ୍ତୁ ପରିଚାଳନାରେ କିଛି ଜରି ଗୋଟାଳିଙ୍କୁ ନିଯୁକ୍ତି ଦିଆଯାଇଥିଲା । ସହରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ନିମନ୍ତେ ସେମାନଙ୍କ ମଧ୍ୟରେ ଥିବା ଇଚ୍ଛାଶକ୍ତିକୁ ସିଏମସି ଉପଯୋଗ କରିବ ବୋଲି ସେତେବେଳେ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । ଏହାଦ୍ୱାରା ସେମାନେ ମଧ୍ୟ ସାମାଜିକ ସ୍ତରରେ ସ୍ୱୀକୃତି ପାଇବା ସହ ନିଜ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇପାରିଥାନ୍ତେ ମାତ୍ର କର୍ତ୍ତୁପକ୍ଷଙ୍କ ଆନ୍ତରିକତା ଅଭାବରୁ ୪ବର୍ଷ ହେବ ଚିହ୍ନଟ ପ୍ରକି୍ରୟା ବନ୍ଦ ରହିଛି । ଫଳରେ ପଲିଥିନ ସଂଗ୍ରହକାରୀଙ୍କୁ ସୁରକ୍ଷା ଯୋଜନା ପ୍ରହସନରେ ପରିଣତ ହୋଇଛି । ସ୍ୱଚ୍ଛ ଭାରତ ମିଶନ୍ ଏସଡବ୍ଲୁ୍ୟଏମର ଗାଇଡ଼ ଲାଇନ ମୁତାବକ ସେମାନେ ସଫେଇ କ୍ଷେତ୍ରରେ ସାହାଯ୍ୟ କରୁଥିବାରୁ ସୁରକ୍ଷା ଯୋଗାଇବା ସହିତ ପ୍ରୋତ୍ସାହନ ଦେବା ନିମନ୍ତେ ନିୟମ ରହିଛି, କିନ୍ତୁ ସିଏମସି ପକ୍ଷରୁ ତାହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇ ନାହିଁ । କେବଳ ୪୫ ଜଣକୁ ପରିଚୟ ପତ୍ର ଦେଇ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରି ଦେଇଛନ୍ତି । ଅପରପକ୍ଷରେ ଉକ୍ତ ୪୫ଜଣ ପଲିଥିନ ସଂଗ୍ରହକାରୀ ଏବେ କେଉଁଠି ଅଛନ୍ତି ତାହାର ତଥ୍ୟ ନିଗମ ପାଖଷର ନାହିଁ । ଅନେକ ପଲିଥିନ ସଂଗ୍ରହକାରୀ ସହରରେ ରହୁଥିବାବେଳେ ସେମାନଙ୍କୁ କୌଣସି ପରିଚୟପତ୍ର କିମ୍ବା ସୁରକ୍ଷା ନିମେନ୍ତ ଚପଲ, ଗ୍ଲୋବ ଆଦି ଦିଆଯାଇ ନାହିଁ । ଚିହ୍ନଟ ପ୍ରକି୍ରୟା କାର୍ଯ୍ୟ ଅଧାରେ ବନ୍ଦ ହୋଇ ରହିଛି । ପରିମଳ ନିରୀକ୍ଷକ, ୱାର୍ଡ଼କଲ୍ୟାଣ ସମିତି ଓ ଏନଜିଓମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ସେମାନେ ପଲିଥିନ ସଂଗ୍ରହକାରୀଙ୍କ ପ୍ରମାଣପତ୍ର ଦାଖଲ କରିବେ ବୋଲି ନିଦେଶ ଦିଆଯାଇଥିଲା । ଅନେକ ଜରି ଗୋଟାଳିଙ୍କୁ ସୁରକ୍ଷା ଦିଆଯାଇ ନ ଥିବାରୁ ରାତିରେ ସେମାନେ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ପୁଲିସ ଯାଞ୍ଚର ଶିକାର ହେଉଛନ୍ତି । ତେଣୁ ପ୍ରମାଣପତ୍ର ନ ଥିବାରୁ ଅଯଥାରେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି ।