ଥାନାରୁ ଚୋରି ଟ୍ରାକ୍ଟର ଜବତ
ଧର୍ମଶାଳା: ପୁଲିସ ଜବତ କରି ଥାନା ପରିସରରେ ବାଲି ବୋଝେଇ ଟ୍ରାକ୍ଟର ରଖିଥିଲା । ହେଲେ ଦୁର୍ବୃତ୍ତ ଥାନାରୁ ଟ୍ରାକ୍ଟରକୁ ଧରି ଚମ୍ପଟ ମାରିଥିଲେ । ପାଟ୍ରୋଲିଂ କରୁଥିବା ବେଳେ ପୁଲିସ ଟ୍ରାକ୍ଟରର ପିଛା କରି ବ୍ରାହ୍ମଣୀ ନଦୀବନ୍ଧରୁ ଜବତ କରିଥିଲା ।
ଘଟଣା ଅନୁସାରେ ଶୁକ୍ରବାର ଭବାନୀପୁର ଘାଟରୁ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ପୁଲିସ ଜବତ କରି ଥାନାକୁ ଆଣିଥିଲା । ହେଲେ ସେଇ ରାତିରେ ପୁଲିସ ପାଟ୍ରୋଲିଂରେ ଯାଇଥିବା ବେଳେ ଦୁର୍ବୃତ୍ତ କୌଶଳକ୍ରମେ ଥାନାରୁ ବାଲି ବୋଝେଇ ଟ୍ରାକ୍ଟର ନେଇ ଯାଇଥିଲେ । ଏକଥା ଜାଣିବା ପରେ ପୁଲିସ ଟ୍ରାକ୍ଟର୍ର ପିଛାକରି ବ୍ରାହ୍ମଣୀ ନଦୀ ବନ୍ଧରୁ ଜବତ କରିଥିଲା । ହେଲେ ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ସହ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ ।