ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

 କେନ୍ଦ୍ରାପଡ଼ା : ଭାରତୀୟ ଜନତା ପାର୍ଟି ପକ୍ଷରୁ ଗରପୂର୍ ସ୍ଥିତ ସ୍ୱୟଂସିଦ୍ଧ ମଣ୍ଡପରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠିଙ୍କ ନେତୃତ୍ୱରେ ଆତ୍ମ ନିର୍ଭର ଭାରତ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ବିଦେଶୀ ଦ୍ରବ୍ୟକୁ ବର୍ଜନ କରି ସ୍ୱଦେଶୀ ଜାଗରଣ ପାଇଁ ନିଜ ଦେଶ ମାତୃକାରେ ଉତ୍ପାଦିତ ହେଉଥିବା ସାମଗ୍ରୀର ବ୍ୟବହାର କରି ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା କରିବା ସହ ନିଜକୁ ସ୍ୱାବଲମ୍ବୀ କରିବା ସହ ଅନ୍ୟମାନଙ୍କୁ ନିଯୁକ୍ତ ଦେବା ନିମନ୍ତେ ଆଗଭର ହେବା ପାଇଁ ରାଜ୍ୟ ସମ୍ପାଦକ ସାରଦା ଶତପଥୀ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟୀକା ପାର୍ଥିନୀ ଗୀତାଞ୍ଜଳୀ ସେଥି, ତେଜେଶ୍ୱର୍ ପାଟକୁରା ବିଧାୟକ ପାର୍ଥି ପରିଡ଼ା, ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁନାକର ବେହେରା, ରାଜ୍ୟ ପରିଷଦ ସଭ୍ୟ ଦୁର୍ଯେ୍ୟାଧନ ସାହୁ, ରାଜ୍ୟ ସାଂଖ୍ୟ ଲଘୁ ମୋର୍ଚ୍ଚାର  ସଲିମ୍ ଖାଁ, ଅମିତାଭ ସୁଆର, ମାନସ ଦାସ ଏବଂ ଜିଲ୍ଲାର ସମସ୍ତ ପଦାଧିକାରୀ ଓ ମଣ୍ଡଳ ସଭାପତି ଏବଂ ସଂଯୋଜକମାନେ ଉପସ୍ଥିତଥିଲେ