ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ପନଖା ଗ୍ରାମ ରାସ୍ତା ପାଶ୍ୱର୍ରୁ କ୍ଷତବିକ୍ଷତ ନବଜାତ ଶିଶୁପୁତ୍ର ମୃତଦେହ ଉଦ୍ଧାର କରାଯାଇଛି । ଜନୈକ ଟ୍ରାକ୍ଟର ଚାଳକ ରବିବାର ସକାଳ ପ୍ରାୟ ୭.୩୦ମି. ସମୟରେ ଶିଶୁଟି ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲା । ସୂଚନା ପାଇ ଫାଣ୍ଡି ଓ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚô ମୃତ ଶିଶକୁ ଉଦ୍ଧାର କରିଥିଲେ । ଗ୍ରାମବାସୀ ଅଜୟ କୁମାର ରାଉତଙ୍କ ଅଭିଯୋଗ କ୍ରମେ ୪/୨୫ନଂ ଅପମୃତୁ୍ୟ ମାମଲା ରୁଜୁ ହୋଇ ବ୍ୟବଚ୍ଛେଦ ପାଇଁ ମୃତଦେହ ଭଦ୍ରକ ପଠାଯାଇଛି । ତେବେ ମୃତ ଶିଶୁର ପରିଚୟ ମିଳିନାହିଁ ।