ଦରିଆ ନାହାକାଣୀ ପୀଠରେ ୩୦ ହଜାର ଶ୍ରଦ୍ଧାଳୁ

ସିଂହପୁର :ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଂଚଳର ଅଧିଷ୍ଟ୍ରୀତି ମା ଦରିଆ ନାହାକାଣୀ ପୀଠରେ ପଣାସଂକ୍ରନ୍ତିରେ ୩୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମାଙ୍କ ପିଠରେ ପଂଚଭୂତ ମହାଯଜ୍ଞ ୧୧ତାରିଖ ଠାରୁ ଆରମ୍ଭ ହୋଇ ପଣା ସଂକ୍ରାନ୍ତିରେ ଉଦଯାପିତ ହୋଇଛି । ମହାଯଜ୍ଞରେ ଅକୁରୋପଣ, କଳସଯାତ୍ରା, ଗୋ ପୁଜା, ସୁର୍ଯ୍ୟ ପୁଜା ଓ ବିଭିନ୍ନ ବୈଦିକ କାର୍ଯ୍ୟ ସହିତ ପୂର୍ଣ୍ଣାହୁତି ହୋଇଥଲା । ଆଜି ସଂକ୍ରାନ୍ତିରେ ମାଙ୍କ ପୀଠକୁ ପ୍ରଭାତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମାଙ୍କ ଠାରେ ସଂକଳ୍ପ କରିବା, ମାନସିକ ପୂରଣ ପାଇଁ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପଂଚଭୂତ ମହାଯଜ୍ଞକୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ଓ ସହଯୋଗୀ ମାନେ ସଂଚାଳନ କରିଥିଲେ । ମା ଦରିଆ ନାହାକାଣୀ ଉନ୍ନୟନ ପରିଷଦର କର୍ମ କର୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।