"ପୂଜା ପେଣ୍ଡାଲରେ ନାଚୁଥିବା ଝିଅ’ ପୁସ୍ତକ ଉନ୍ମୋଚିତ

 କେନ୍ଦ୍ରାପଡା: କେନ୍ଦ୍ରାପଡାର ସଞ୍ଜିବନୀ ବିଦ୍ୟା ମନ୍ଦିର ପରିସରରେ ରାଜନଗର ବନଫୁଲ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଜନବାଦୀ କବି ଡ. ସମୀର ରଞ୍ଜନଙ୍କ କବିତା ସଂକଳନ "ପୂଜା ପେଣ୍ଡାଲରେ ନାଚୁଥିବା ଝିଅ’ ପୁସ୍ତକର ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମ କବି ଓ ବନଫୁଲର ସଂଯୋଜକ ପ୍ରେମାନନ୍ଦ ଖଣ୍ଡୁଆଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ, ବନଫୁଲର ପ୍ରତିଷ୍ଠାତା ଅଧ୍ୟାପକ ରନôାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନୂଆବର୍ଷର ଏହି ଶୀତୁଆ ସନ୍ଧ୍ୟାରେ ପୁସ୍ତକ ଉନ୍ମୋଚନ ଉସôବର କବିତା ପାଠ କାର୍ଯ୍ୟକ୍ରମରେ କବୟିତ୍ରୀ ରସ୍ମିତା ସେନାପତି ଏବଂ କବି ମନୋଜ ସତପଥୀ କବିତା ଗୁଡ଼ିକ ସଂଯୋଜନା କରିଥିଲେ । ମଞ୍ଚାସିନ ମୁଖ୍ୟଅତିଥୀ ପ୍ରାକ୍ତନ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ମୁଖ୍ୟବକ୍ତା ଡ. ଶ୍ରୀଧର ସାମଲ, ସମ୍ମାନିତ କବି ବୃନ୍ଦାବନ ଦାସ, ଶିକ୍ଷାବିତ ଭରତ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ପଲକ ପତ୍ରିକାର ସମ୍ପାଦକ କବି ଶଶିକାନ୍ତ ଦାସ, କବି ପ୍ରେମାନନ୍ଦ ଜେନା, କବୟିତ୍ରୀ ଚାରୁଲତା ଭୂୟାଁଙ୍କ ସମେତ କବୀ ସ୍ୱର୍ଣ୍ଣମୟୀ ଷଡଙ୍ଗୀ, କବି ଅଶୋକ ସାହୁ, କବି ସ୍ୱପ୍ନାସୁ ଦାସ, କବି ନାରାୟଣ ପତି, କବୟିତ୍ରୀ ଗୋଲାପ ରାଉତ, କବି ଶରତ ଚନ୍ଦ୍ର ରାଉତ, କବିୟିତ୍ରୀ କବିତା ମୁଦୁଲି, କବି ରଞ୍ଜନ ବାଇ, କବି ବାପି ମଲ୍ଲ, କବି ଶ୍ରୀଧର ମହାନ୍ତି , ନିରୂପମା ଦାସ, କବି ଗଗନ ଜେନା, କବି ଅମର ପ୍ରସାଦ ରାଉତ, କବି ଅଜୟ ପାତ୍ର, କବି ଭରତ ଚନ୍ଦ୍ର ଜେନା, କବି କୃଷ୍ଣଚନ୍ଦ୍ର ମହାପାତ୍ର,  ସୌଭାଗ୍ୟ ଦାସ, ଯୋଗଗୁରୁ ସଞ୍ଜୟ ମଥାନ, କବୀ ଡ. ନଳିନୀ ବେହେରା, କବୀ ଲିଜା ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ କବି ଅଜୟ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।