ଦିବ୍ୟାଙ୍ଗ ଆରଆଇଙ୍କୁ ମାଡ ମାରିଲେ ସେକ୍ସନ ଅଫିସର
ସେକ୍ସନ୍ ଅଫିସରଙ୍କ ଉନ୍ମତ୍ତକାଣ୍ଡ । ଦିବ୍ୟାଙ୍ଗ ଆରଆଇଙ୍କୁ ମାଡ ମାରିଲେ ମୋଟୁ ତହସିଲର ବଡ ବାବୁ। ଦୁର୍ବ୍ୟବହାର ଓ ଗାଳିଗୁଲଜର ଭିଡିଓ ଭାଇରାଲ । ଭିଡିଓ ଭାଇରାଲ ପରେ ସେକ୍ସନ ଅଫିସରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଭିନ୍ନକ୍ଷମ ଆରଆଇ ପ୍ରଦୀପ ମଣ୍ଡଳଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ମୋଟୁ ତହସିଲର ସେକ୍ସନ ଅଫିସର ପ୍ରଦୀପ୍ତ ମହାପାତ୍ର। ଏହାକୁ ନେଇ ଜିଲ୍ଲାପାଳ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।