ଦିବ୍ୟାଙ୍ଗ ସତ୍ୟବାନ ପାଇଁ ସଂଘର୍ଷ କରୁଛନ୍ତି ନିଆରା ସାବିତ୍ରୀ

 କାକଟପୁର:  ଆସିଛି ସାବିତ୍ରୀ, ପୁରାଣ ଯୁଗରୁ ଆମ ହିନ୍ଦୁ ଧର୍ମର ଅନନ୍ୟ ପରମ୍ପରା ସାବିତ୍ରୀ ବ୍ରତ, ପ୍ରତ୍ୟେକ ହିନ୍ଦୁ ସଧବା ମହିଳା ଏହି ଦିନ ପାରମ୍ପରିକ ବ୍ରତ ପୂଜା କରି ନିଜ ସ୍ୱାମୀଙ୍କର ଆୟୁଷ ପାଇଁ ପୂଜା କରନ୍ତି, କିନ୍ତୁ ଆଜି ସମାଜରେ ଅନ୍ୟ ଏକ ପ୍ରକାର ସାବିତ୍ରୀ ମଧ୍ୟ ବାହାରିଛନ୍ତି ଯାହାଙ୍କ ଦୃଶ୍ୟ ଆମେ ଅନେକ ସମୟରେ ଦେଖୁଚୁ ଆଉ ଶୁଣୁଛୁ ବି, କିନ୍ତୁ ଆମ ଖବରରେ ଆଜି ଆମେ ଏଭଳି ଏକ ସାବିତ୍ରୀଙ୍କ କଥା କହୁଛୁ ସେ ଜଣେ ନିଆରା ଆଉ ବାସ୍ତବିକ ସାବିତ୍ରୀ, ଆଜି ନିଜେ ନିଜକୁ ନିଜ ସତ୍ୟବାନ ପାଖରେ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଛନ୍ତି, ଜୀବନର ବ୍ରତ କେବଳ ଅପାଙ୍ଗ ସ୍ୱାମୀଙ୍କ ସେବା, ହରିନାହାନ୍ତି ବରଂ ଭଗବାନଙ୍କୁ ସାକ୍ଷୀ ରଖି ଆପଣେଇ ନେଇଛନ୍ତି ଏହି ପୁର୍ଣ୍ୟକୁ ଅସ୍ତରଙ୍ଗ ବ୍ଲକ ବିଜିପୁର ଗ୍ରାମର ପ୍ରମୋଦ ସାହୁ ଆଉ ତାଙ୍କ ପନôୀ ରମା ସାହୁ, ପ୍ରମୋଦ ଚାଉଳ କଲେକ୍ସନ କରି ବଜାରରେ ବିକ୍ରି କରନ୍ତି ଆଉ ସେଥିରେ ତାଙ୍କ ଚାରି ପ୍ରାଣୀ କୁଟୁମ୍ବଙ୍କ ପ୍ରତିପୋଷଣ କରନ୍ତି, ଘରଟିଏ କରିଛନ୍ତି ଅଧା, ଭବିଷ୍ୟତ ପାଇଁ ନିଜର କୌଣସି ପୁଅ ନାହାନ୍ତି, କେବଳ ଜଣେ ଝିଅ ଯିଏ +୩ ପାସ କରି ଘରେ ମା'ଙ୍କୁ ସାହାଯ୍ୟ କରନ୍ତି, ପ୍ରମୋଦଙ୍କ ଦୁର୍ଘଟଣା ପରେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ, ରୋଜଗାର କିଛି ନାହିଁ, ଝିଅ ବାହାଘର ପାଇଁ ଯାହା ସଞ୍ଚୟ କରିଥିଲେ ସବୁ ମେଡିକାଲରେ ଖର୍ଚ୍ଚ, ମାତ୍ର ଅସ୍ତରଙ୍ଗର ପ୍ରଜ୍ଞା ଫିଜିଓଥେରାପି ଏହି ଦୁଃଖ ସମୟରେ ତାଙ୍କୁ ବଞ୍ଚାଇଛି ସାହାଯ୍ୟର ହାତ, ଡାକ୍ତର ଆସି କରୁଛନ୍ତି ଚିକିସôା ମାତ୍ର ହସ୍ପିଟାଲ ଖର୍ଚ୍ଚ ପାଇଁ ନାହିଁ ପଇସା, ଅର୍ଥ ସାଜିଛି ବାଧକ, ଫିଜିକାଲ ହ୍ୟାଣ୍ଡିକ୍ରାଫ୍ଟ ସାର୍ଟିଫିକେଟ ୮୦% ପାଇଲା ପରେ ବ୍ଲକ ପ୍ରଶାସନ ତରଫରୁ ଏଯାଏ ତାଙ୍କୁ କୌଣସି ଭତ୍ତା ମିଳିନି । ଏହି ସାବିତ୍ରୀ ସମୟରେ ଆଜି ଅନେକ ସାବିତ୍ରୀ ନୂଆ ଶାଢ଼ୀ, ଶଙ୍ଖା ଚୁଡି ପିନ୍ଧି ବ୍ରତ କରି ଅନେକ ଖୁସି ହେଉଥିବା ବେଳେ ଏହି ଅସହାୟ ସାବିତ୍ରୀ ରମା ସାହୁ ଦାଣ୍ଡ ଦୁଆରେ ବସି ନିଜ ଆଖିରେ ଲୁହ ଝରାଉ ଛନ୍ତି, ଚାଉଳ ଗଣ୍ଡେ କିଣିବାକୁ ନାହିଁ ପଇସା, ଆହାରତ ଦୂରର କଥା ସାବିତ୍ରୀରେ ଖଣ୍ଡେ ଶାଢ଼ୀ ନୁହେଁ ବରଂ ଶାଢ଼ୀ ଦାମର ପଇସା ଟିଏ ମିଳିଲେ ହୁଏତ ସ୍ୱାମୀଙ୍କ ପାଇଁ କିଛି ଔଷଧ କିଣି ପାରିବେ, ଏହି ସ୍ୱପ୍ନରେ ଦିନ କାଟୁଛନ୍ତି ରମା ସାହୁ, ହଁ ଆଜ୍ଞା କାହାକୁ ଖରାପ ଇଙ୍ଗିତ କରିବା ଆମ ଉଦେ୍ଧଶ୍ୟ ନୁହେଁ ବରଂ ଆଜିର ସମାଜରେ ଜଣେ ନିଆରା ଆଉ ପ୍ରକୃତ ସାବିତ୍ରୀଙ୍କ କାହାଣୀ ଆପଣଙ୍କ ସାମ୍ନାକୁ ଆଣିବାକୁ କରିଛୁ ଗୋଟେ ଛୋଟ ପ୍ରୟାସ, ଖବର ପ୍ରସାରଣ ପରେ କିପରି ଜିଲ୍ଲା ହେଉ କି ସ୍ଥାନୀୟ ପ୍ରଶାସନ ଏହି ଦୁଃଖିନୀ ସାବିତ୍ରୀ ରମା ସାହୁଙ୍କୁ କିପରି ସାହାଯ୍ୟର ହାତ ବଢ଼ାଉଛି ତାହା ଦେଖିବାକୁ କେବଳ ବାକି ରହିଲା ।