ମଦ୍ୟପ ଯୁବକଙ୍କୁ ଥାନା ଜିମା ଦେଲେ ମହିଳା ମଣ୍ଡଳର ମହିଳାମାନେ

ରାଜକନିକା  : ମହିଳାମାନେ ହେଲେ ସଜାଗ, ଅକାଳରେ କିଏ ସ୍ୱାମୀ କୁ ହରାଉଛିତ, କିଏ ବଢିଲା ପୁଅ କୁ, ଏମିତି ଦୁର୍ଦ୍ଦଷା ଆଉ ସହି ନପାରି ଏମିତି ଏକ ନିଷ୍ପତ୍ତି ନେଇଥିଲେ ବାଂଶରିଆ ଗାଁର ମା ବଟମଙ୍ଗଳା ଏସଏଚଜି ଗ୍ରୁପର ସମସ୍ତ ମହିଳାମାନେ । ଗତ ୨ମାସ ହେଲାଣି ଗାଁର ମହିଳାମାନେ ଏକତ୍ରିତ ହୋଇ ଚୋରା ମଦ କାରବାର ଓ ମଦ ପିଇ ଗାଁ ରେ ଉନ୍ମତ କାଣ୍ଡ କରୁଥିବା ବ୍ୟକ୍ତିଙ୍କ ଉପରେ ମହିଳା ମଣ୍ଡଳ ଆକ୍ସନ ନେବାକୁ ସ୍ଥିର କରିଥିଲେ, ଶନିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକଙ୍କୁ ରାଜକନିକା ଥାନାରେ ଜିମାଦେଇ ଥିଲେ ମହିଳା ମଣ୍ଡଳର ମହିଳା ମାନେ । ସୂଚନା ମୁତାବକ ରାଜକନିକା ଥାନା ଅନ୍ତର୍ଗତ କୋରନ୍ଦ ପଞ୍ଚାୟତର ବାଂଶରିଆ ଗାଁର ନଣ୍ଡା ମଳିକ ନାମକ ଜଣେ ଯୁବକ ମଦ୍ୟପାନ କରି ଗାଁ ଭିତରେ ଉନ୍ମଚ କାଣ୍ଡ କରିବା ସହିତ ମହିଳା ମାନଙ୍କୁ ଦ୍ରୁବ୍ୟବହାର କରିବାରୁ ବାଧ୍ୟ ହୋଇ ମା ବଟମଙ୍ଗଳା ମହିଳା ମଣ୍ଡଳର ସମସ୍ତ ସଭ୍ୟାମାନେ ମିଶି ଉକ୍ତ ଯୁବକକୁ ରାଜକନିକା ଥାନାରେ ଜିମା ଦେଇଥିବା ଦେଖିବାକୁ ମିଳିଛି । ଏହା ସହିତ ଯେଉଁମାନେ ଲୁଚାଇ ଜୋର ଜବରଦସ୍ତ ଚୋରା ମଦ ବିକ୍ରି କରୁଛନ୍ତି ତାଙ୍କ ପ୍ରତି କଠୋର ଦଣ୍ଡ ଦେବାପାଇଁ ରାଜକନିକା ପୋଲିସକୁ ଲିଖିତ ଅଭିଯୋଗ କରିଛନ୍ତି ବଟମଙ୍ଗଳା ଏସ ଏଚ ଜି ଗ୍ରୁପର ସଭାପତି ତୁଳସୀ ଦାଶ ମଲ୍ଲିକ ଓ ସଭ୍ୟାମାନେ ହେଲେଚ୍ଚ ପାଶୁରି ମଲିକ, ସବିତା ମଲିକ, ଗୁଲୁରୀ ମଳିକ, ଚମ୍ପା ମଳିକ, ଶାନ୍ତିଲତା ମଳିକ ପ୍ରମୁଖ ମହିଳା ମାନେ । ତେବେ ଦେଖିବାକୁ ରହିଲା ରାଜକନିକା ପୋଲିସ କଣ ନେଉଛି ଆକ୍ସନ ।