ଦୁଇ ବେପାରୀ ଗିରଫ ; ୫ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର,୧୨ ।୯ : କନ୍ଧମାଳରୁ ଚୋରାରେ ଗଞ୍ଜେଇ ଆଣି ଭରତପୁର ଥାନା ଅଧିନ ସାମପୁର ଛକରେ ୨ ଜଣ ବେପାରୀ କିଛି ଅଟୋ ଚାଳକଙ୍କୁ ଗଞ୍ଜା ବିକ୍ରି ବେଳେ ମାଡ଼ି ବସିଲା ପୁଲିସ । ସେମାନଙ୍କ ତଲାସି ବେଳେ ୫ କେଜି ଗଞ୍ଜେଇ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ସାମପୁର ବେହେରା ସାହିର ଲମ୍ବଧର ବେହେରା ଓ ରମେଶ ଚନ୍ଦ୍ର ବେହେରା । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗଯେ, ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଥାନାର ଏକ ପୁଲିସ ଟିମ ଥାନା ଅନ୍ତର୍ଗତ ସାମପୁର ଛକ ନିକଟରେ ଅତର୍କିତ ଚଢ଼ଉ କରିବା ସହିତ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପରେ ସେମାନଙ୍କର ତଲାସି ବେଳେ ପୁଲିସ ଉଭୟଙ୍କ ହେପାଜତରୁ ସମୁଦାୟ ୪.୬୫୦ କେଜି ଗଞ୍ଜେଇ ଏବଂ ୧୯୦୦ ଟଙ୍କା ଜବତ କରିଥିଲେ । ପଚରା ଉଚରା ବେଳେ ଉଭୟ ଅଭିଯୁକ୍ତ ଏହି ବେଆଇନ୍ ଗଞ୍ଜେଇକୁ କନ୍ଧମାଳରୁ ସଂଗ୍ରହ କରି ଆଣି ସ୍ଥାନୀୟ ଅଞ୍ଚଳରେ ବେଆଇନ୍ ଭାବରେ ବ୍ୟବସାୟ କରିଆସୁଥିବା ଜଣାପଡ଼ିଛି ।