ଯୁବତୀଙ୍କ ଅଶ୍ଳୀଳ ଫୋଟ ଓ ଭିଡ଼ିଓ ଭାଇରାଲ ; ଅଭିଯୁକ୍ତ ଗିରଫ

ଯୁବତୀଙ୍କ ଅଶ୍ଳୀଳ ଫୋଟ ଓ ଭିଡ଼ିଓ ଭାଇରାଲ ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୧୧ା୬ : ଯୁବତୀଙ୍କ ଆପତ୍ତି ଜନକ ଭିଡ଼ିଓ ଓ ଫୋଟକୁ ତାଙ୍କ ଶାଶୁ ଘରକୁ ପଠାଇବା ଓ ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଖାରବେଳନଗର ପୁଲିସ । ଗିରଫ ଅଭିଯୁକ୍ତ ହେଲା, ଜଗତସିଂହପୁର ଜିଲ୍ଲାର ସଞ୍ଜିତ ରାୟ ଓରଫ (ଆକାଶ) ।  ଆଜି ଥାନା କେସ ନମ୍ବର ୨୫୫ରେ ମାମଲା ରୁଜୁକରାଯାଇ ଦଫା, ୫୦୬, ୩୫୪ଡ଼ି, ୫୦୯, ଆଇପିସି ୬୭/୬୭ଏ ଆଇଟି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୁକ୍ତ ସଞ୍ଜୟ ରାୟ ୨୦୧୯ ମସିହାରୁ ଭୁବନେଶ୍ୱରରେ ରହି ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରି ଆସୁଥିଲେ । ସମୟ କ୍ରମେ ଭୁବନେଶ୍ୱରର ଏକ ଜୁଏଲାରୀ ଦୋକାନରେ କାର୍ଯ୍ୟ କରୁଥିବା ପୀଡ଼ିତାଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ ପୀଡ଼ିତାଙ୍କ ଅଜାଣତରେ କିଛି ଆପତ୍ତି ଜନକ ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ କରି ନିଜ ମୋବାଇଲ ଫୋନରେ ରଖିଥିଲେ । ଏହି ସମୟରେ ପୀଡ଼ିତାଙ୍କ ଯାଜପୁର ଜିଲ୍ଲାରେ ପରିବାରଙ୍କ ସହମତିରେ ବିବାହ ହୋଇଯାଇଥିଲା । ଯାହାଫଳରେ ପୀଡ଼ିତା ଜଣଙ୍କ ଅଭିଯୁକ୍ତ ଠାରୁ ଦୁରେଇ ଯାଇଥିଲେ । ଏହି ଘଟଣା ଅଭିଯୁକ୍ତ ଜାଣିବା ପରେ ପିଡ଼ିତାଙ୍କୁ ଦେଖା କରିବାକୁ ବାରମ୍ବାର ଡାକୁଥିଲେ ମଧ୍ୟ ପୀଡ଼ିତା ଜଣଙ୍କ ତାଙ୍କ କଥାକୁ ଗୁରୁତ୍ୱ ନଦେଇ ସେ ଅଭିଯୁକ୍ତ ପାଖକୁ ଆସୁନଥିଲେ । ଫଳରେ ଅଭିଯୁକ୍ତ ଜଣକ ରାଗିଯାଇ ତାଙ୍କ ପାଖରେ ଥିବା ଆପତ୍ତି ଜନକ ଫୋଟ ଓ ଭିଡ଼ିଓ ତାଙ୍କ ଶାଶୁଙ୍କ ଘରକୁ ପଠାଇବା ଲାଗି ଧମକାଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ପୀଡ଼ିତାଙ୍କ ଶାଶୁଘରେ ବିଶୃଉ୍ଖଳା ସୃଷ୍ଟି ହୋଇଥିଲା ଏବଂ ସେଠାରୁ ସେ ନିଜ ବାପା ଘରକୁ ଚାଲି ଆସିଥିଲେ ପୀଡ଼ିତା । ପରେ କିଛି ଭଦ୍ର ଲୋକଙ୍କ ମଧ୍ୟସ୍ଥାରେ ପୀଡ଼ିତା ପୁଣି ତାଙ୍କ ଶାଶୁଘରକୁ ଫେରିଥିଲେ । ଏଥିରେ ପୁଣି ଉତ୍ତେଜିତ ହୋଇ ଅଭିଯୁକ୍ତ ଜଣକ ପାଖରେ ଥିବା ସମସ୍ତ ଆପତ୍ତି ଜନକ ଫୋଟ ଓ ଭିଡ଼ିଓକୁ ପୀଡ଼ିତାଙ୍କ ଶାଶୁଘରକୁ ଓ ପୀଡ଼ିତାଙ୍କ ଭଉଣୀକୁ ମଧ୍ୟ ପଠାଇ ଦେଇଥିଲେ । ଏହି ଘଟଣାକୁ ନେଇ ଗତ ୧ ତାରିଖରେ ପୀଡ଼ିତା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।