ଦୁଇ ବେପାରୀ ଗିରଫ ; ୬ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର, ୧୧ା୯ : ଲୁମ୍ବିନି ବିହାର ଛକ ଅଞ୍ଚଳରେ ବାଇକରେ ଆସି କିଛି ନିଶାଡ଼ିଙ୍କୁ ଧଳାଜହର ବିକ୍ରି କରୁଥିବା ସମୟରେ ଦୁଇ ବେପାରୀଙ୍କୁ ମାଡ଼ି ବସିଲା ମୈତ୍ରୀବିହାର ଥାନା ପୁଲିସ । ପରେ ସେମାନଙ୍କ ତଲାସି ବେଳେ ସେମାନଙ୍କଠାରୁ ୬ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ଦୁଇ ବେପାରୀ ହେଲେ, ଚନ୍ଦ୍ରଶେଖରପୁର ପଣ୍ଡାପାର୍କ ବସ୍ତିର ଶିଶିର ନାୟକ ଓ ରାଧାକୃଷ୍ଠ ବସ୍ତିର ବୀନୟ ମହାନ୍ତି । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଆଜି ଏକ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଆଧାରରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଥାନାର ଏକ ଟିମ ଲୁମ୍ବିନି ବିହାର ଛକ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ବେଆଇନ୍ ଭାବେ ସର୍ବସାଧାରଣରେ ବ୍ରାଉନସୁଗାର ବିକ୍ରି ବେଳେ ଦୁଇ ଜଣ ବେପାରୀଙ୍କୁ ଧରିଲା ଟିମ । ସେମାନଙ୍କ ଛାନଭିନ ସମୟରେ ସେମାନଙ୍କ ପକେଟରୁ ୬ ଗ୍ରାମ ବ୍ରାଉନସୁଗାର ଓ କିଛି ଟଙ୍କା ଜବତ କରାଯାଇଥିଲା । ପରେ ମୈତ୍ରୀବିହାର ଥାନା ପୁଲିସ ଏକ ବେଆଇନ୍ ବ୍ରାଉନସୁଗାର ମାମଲା ରୁଜୁକରି ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।