କୁଖ୍ୟାତ ଗଞ୍ଜେଇ ମାଫିଆ ଅଭି ଗିରଫ

 ଭୁବନେଶ୍ୱର, ୪ ।୧ : ଗତ ୧୨.୮.୨୦୨୪ ତାରିଖରେ ଖାରବେଳନଗର ପାର୍କ ନିକଟରୁ ଗଞ୍ଜେଇ ବୋଝେଇ ଭ୍ୟାନ୍ ଜବତ ଘଟଣାରେ ଫେରାର ମୁଖ୍ୟ ଗଞ୍ଜେଇ ମାଫିଆ ଅଭିମନୁ୍ୟ ତ୍ରିପାଠୀ ଗିରଫ ।  କେନ୍ଦୁଝରରୁ ଗିରଫ କଲା ଖଣ୍ଡଗିରି ପୁଲିସ । ପୂର୍ବରୁ ୨ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧୦୧ କେଜି ଗଞ୍ଜେଇ ଓ ଭ୍ୟାନ୍ ଜବତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଗତ ତା ୧୨.୮.୨୦୨୪ ରିଖ ସନ୍ଧ୍ୟାରେ ଖଣ୍ଡଗିରି ଥାନା ପୁଲିସ କନ୍ଧମାଳ ଜିଲ୍ଲାରୁ ଏକ ଗଞ୍ଜେଇ ବୋଝେଇ ପିକପ୍ ଭ୍ୟାନ୍ ଭୁବନେଶ୍ୱର ଆସି ଖଣ୍ଡଗିରି ଖାରବେଳନଗର ପାର୍କ ନିକଟରେ ଛିଡ଼ା ହୋଇଥିବା ଖବର ପାଇ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ପୁଲିସ ଟିମ ୨ ଜଣଙ୍କୁ ଗିରଫ କରିବା ସହ ୧୦୧ କେଜି ଗଞ୍ଜେଇ ଓ ପିକପ୍ ଭ୍ୟାନକୁ ଜବତ କରିଥିଲେ । କିନ୍ତୁ ସେତିକି ବେଳେ ମୁଖ୍ୟ ମାଷ୍ଟର ମାଇଣ୍ଡ ଅଭି ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା । ଯାହାକୁ ନେଇ ପୁଲିସ ଅକ୍କୁ ଧରିବାକୁ ସେବେଠୋରୁ ଜାଲ ବିଛାଇଥିବା ବେଳେ ଆଜି ତାକୁ ଖଣ୍ଡଗିରି ଥାନାର ଟିମ କେନ୍ଦୁଝର ଯାଇ ଗିରଫ କରିବାରେ ସଫଳ ହୋଇଛି ।