ଦୁର୍ଗାପୂଜା ପାଇଁ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ

ପ୍ରଭାନୁ୍ୟଜ ।ା ବରୁଅାଁ:  ଯାଜପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ପୁରୁଷୋତ୍ତମପୁର ଠାରେ ପାଳନ ହେବାକୁ ଯାଉଥିବା ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଶାନ୍ତି କମିଟି ବୈଠକ ଅଧ୍ୟକ୍ଷ ବ୍ରଜ କିଶୋର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଦରଥାନା ଅଧିକାରୀ ସଙ୍କର୍ଷଣ ଦଳେଇ ଓ ସ୍ଥାନୀୟ ସରପଞ୍ଚ ସୁଜିତ୍ ରାୟଙ୍କ ଉପସ୍ଥିତିରେ ଘୋଷସାହି ପୂଜା କମିଟି ପକ୍ଷରୁ ଅଞ୍ଜନ କୁମାର ଘୋଷ, ସଞ୍ଜୟ କୁମାର ଦାସ, ଅକ୍ଷୟ କୁମାର ଓଝା, ଆଶୁତୋଷ ବାନାର୍ଜୀ, ହରଗୌରି ପୂଜା କମିଟିର ସୁଶାନ୍ତ ବେହେରା, କୈଳାସ ଚନ୍ଦ୍ର ବେହେରା, ଦାମୋଦର ବେହେରା, ଶ୍ୟାମସୁନ୍ଦର ବେହେରା, ରବିନ୍ଦ୍ର ବେହେରା, ଗୁରୁଚରଣ ବେହେରା, ଦେୱାନସାହି ପୂଜାକମିଟିର ସୁନୀଲ କୁମାର ଘୋଷ, ରବୀନ୍ଦ୍ର ବେହେରା, ମାଧବ ମାଝି, ଜ୍ୟୋତି ପ୍ରକାଶ ଘୋଷ୍, ଗୋପାଳ ତରେଇ, ଶ୍ରୀଧର କବି, ରତନ୍ ତରେଇ, ମଥୁରି ବେହେରା, ଜ୍ୟୋତିର୍ମୟ ବୋଷ, ରାୟସାହି ପୂଜା କମିଟିର ଉଦୟଶଙ୍କର ରାୟ, ସୁଜିତ୍ ରାୟ, ସୂର୍ଯ୍ୟନାରାୟଣ ଦାସ, ସୁରେଶ କୁମାର ରାଉତ, ଜୟଗୋପାଳ ସିଂ, ଅଭୟ କୁମାର ବୋଷ ପ୍ରମୁଖ ଯୋଗ ଦେଇ ଶାରଦୀୟ ଦୁର୍ଗାପୂଜା ସମନ୍ଧୀୟ ଆଲୋଚନାରେ ଭାଗ ନେଇଥିଲେ । ଜନଗହଳିକୁ ନିୟନ୍ତ୍ରଣ କରିବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପୂଜା ମଣ୍ଡପରେ ପୁଲିସ ପ୍ରହରା ପାଇଁ ଥାନାଧିକାରୀଙ୍କୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଚଳିତ ବର୍ଷ ଦୁର୍ଗାପୂଜା ଉପଲକ୍ଷେ ୪ ଗୋଟି ଦୁର୍ଗା ମେଢ଼ ଭସାଣି ଉତ୍ସବ ଓ ରାବଣ ପୋଡ଼ି ଉତ୍ସବକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ସଦର ଥାନା ଅଧିକାରୀ ପରାମର୍ଶ ଦେଇଥିଲେ । ଭସାଣି ସମୟରେ ମେଢ଼ ସମ୍ମୁଖରେ ଶବ୍ଦ ପ୍ରଦ୍ୟୁଷଣ ସୃଷ୍ଠି କରୁଥିବା ଡିଜେକୁ ନିଷିଦ୍ଧ କରି କମ୍ ଶକ୍ତି ସମ୍ପୂର୍ଣ୍ଣ ଯୁକ୍ତ ଡାକବାଜି ଯନ୍ତ୍ର ବ୍ୟବହାର କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ୧୪ତାରିଖରେ ଭସାଣି ଉତ୍ସବ ନିର୍ଦ୍ଧାରିତ ସମୟ ସକାଳ ୧୦ଟାରେ ଆରମ୍ଭ ହୋଇ ଅପରାହ୍ନ ୩ଟା ମଧ୍ୟରେ ସାରିବାକୁ କମିଟି ପକ୍ଷରୁ ସମସ୍ତ ପୂଜା ମଣ୍ଡପକୁ ଜଣାଇ ଦିଆଯାଇଛି । ଉଦୟ ଶଙ୍କର ରାୟ ଧନ୍ୟବାଦ୍ ଦେଇଥିଲେ ।