ବିଜେପି ପକ୍ଷରୁ ସାଂସଦଙ୍କୁ ସମ୍ବର୍ଦ୍ଧନା


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା:  ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତରେ ବିଜେପି ମଣ୍ଡଳ ସଭାପତି ଲକ୍ଷ୍ମୀଧର ପତିଙ୍କ ନେତୃତ୍ୱରେ  ଯାଜପୁର ସାଂସଦ ଡ.ରବିନ୍ଦ୍ର ନାରାୟଣ ବେହେରାଙ୍କୁ ବିପୁଳ ସ୍ୱାଗତ ପ୍ରଦାନ କରାଯାଇଛି । ପ୍ରଥମେ ବିଜେପି କର୍ମୀ  ସାଂସଦ ଶ୍ରୀ ବେହେରାଙ୍କୁ ମୂଳାପାଳ ଛକ ନିକଟରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ନେଇ ନିଜ ଗ୍ରାମ ରାଜେନ୍ଦ୍ରପୁର ସ୍ଥିତ ଚଣ୍ଡିଛକ ନିକଟ ସଭା ସଭାସ୍ଥଳୀରେ ପହଞ୍ଚିଥିଲେ । ଉକ୍ତ ସଭାରେ ଜିଲା ସଭାପତି ଗୌତମ ରାୟ, ଜିଲା କାର୍ଯ୍ୟକାରି ସଭାପତି ଆଶୁତୋଷ ପରିଡ଼ା, ବରୀ ବିଜେପି ନେତା ଉମେଶ ଜେନା, ଜିଲା ସମ୍ପାଦକ ମୁକୁନ୍ଦ ମହାନ୍ତି, ବିଜେପି ନେତା ପ୍ରଦୀପ ଦାସ, ପ୍ରଫୁଲ୍ଲ ଗିରି, ଦେବଦର୍ଶି ସାହୁ ପ୍ରମୁଖ ଉପସ୍ଥିତ ରହି ସଂସାଦ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଭାକାର୍ଯ୍ୟ  ପରେ ବିଜେପି ପକ୍ଷରୁ ଏକବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ରାଜେନ୍ଦ୍ରପୁରର ପୁର୍ବତନ ସମିତିସଭ୍ୟ ତଥା ବର୍ତ୍ତମାନ ସମିତିସଭ୍ୟାଙ୍କ ପ୍ରତିନିଧି ବାବନ ଦଳାଇ, ନାଏବ ସରପଞ୍ଚ ଅଞ୍ଜନା ଦାସ, ଶାରଦା ପ୍ରସନ୍ନ ଭୋଇ, ନାରାୟଣ ଦାସ, ସୁଧାକର ଦାସ, ବିଶ୍ୱନାଥ ସିଂ, ଅଜୟ ଦାସ, ଦାମୋଦର ବେହେରା, ବୃନ୍ଦାବନ ଦଳାଇ, ସୁରେଶ କୁମାର ଦାଶ ଓ ରବିନ୍ଦ୍ର ମହାନ୍ତି ପ୍ରମୁଖ ବହୁ ବିଜେଡି ଛାମୁଆ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ସାଂସଦ ଡଃ ରବିନ୍ଦ୍ର ନାରାୟଣ ବେହେରା ସେମାନଙ୍କୁ ଦଳୀୟ ଟୋପି ଓ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।