ବେଆଇନ ଘାଟରୁ ଜବତ ଦୁଇ ପ୍ରୋକଲିନରୁ ଗୋଟିଏ ଉଭାନ
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା : ଅଗଷ୍ଟ ମାସ ୨୧ ତାରିଖରେ ବ୍ରାହ୍ମଣୀ ନଦୀର ବେଆଇନ ବାଲି ଘାଟରେ ବୁଡି ଜଣେ କଲେଜ ଛାତ୍ରର ମୃତୁ୍ୟ ଘଟିଥିଲା । ଉକ୍ତ ଦିନ ହିଁ ସେହି ସ୍ଥାନରୁ ବ୍ରହ୍ମବରଦା ପୁଲିସ ଦୁଇଗୋଟି ପ୍ରୋକଲିନ ଜବତ କରି ଥାନାକୁ ଆଣିଥିଲା । ବେଆଇନ ଘାଟରେ ବାଲି ଖନନରେ ନିୟୋଜିତ ଥିବା ନେଇ ସେ ସମୟରେ ଜିଲା ଖଣି ବିଭାଗ ନିଦେ୍ର୍ଦଶ କ୍ରମେ ପୁଲିସ ଦୁଇଗୋଟି ମେସିନକୁ ଜବତ କରି ତଦନ୍ତ ଚଳାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଗୋଟିଏ ମେସିନ ଥାନା ପରିସରରେ ଥିବା ବେଳେ ଅନ୍ୟଟି କୁଆଡେ ଉଭାନ ହୋଇଯାଇଛି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଥାନା ପରିସରରୁ ଗୋଟିଏ ମେସିନ କିଏ, କେମିତି, କାହିଁକି ଓ କୁଆଡେ ଗଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସଙ୍କୁ ପଚାରିବାରୁ ସେ କହିଥିଲେ କି ହାଇକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଉକ୍ତ ମେସିନକୁ ଛଡାଯାଇଛି । ମେସିନର ପ୍ରକୃତ ମାଲିକ ଯିଏକି କଟକ ଜିଲ୍ଲାର ବାସିନ୍ଦା ଅପର୍ଣ କୁମାର ସାହୁ ନାମକ ବ୍ୟକ୍ତି ତାଙ୍କ ମେସିନଟି ଉକ୍ତ ବେଆଇନ ବାଲି ଖନନରେ ନିୟୋଜିତ ନଥିବାର ହାଇକୋର୍ଟଙ୍କ ଠାରୁ ପ୍ରମାଣ ପତ୍ର ଆଣି ମୁକୁଳାଇ ନେଇଛନ୍ତି । ଥାନା ଅଧିକାରିଣୀଙ୍କ କହିବା ଅନୁଯାୟୀ ଜବତ ଦୁଇ ମେସିନ ମଧ୍ୟରୁ ଗୋଟିଏ ମେସିନ ବେଆଇନ ବାଲି ଖନନରେ ନିୟୋଜିତ ଥିଲା । ଯାହା ଏବେ ଥାନା ପରିସରରେ ଅଛି । କିନ୍ତୁ ଅନ୍ୟଟି ମେସିନରେ ତେଲ ନଥିବାରୁ ବାଲିଘାଟ ନିକଟରେ କେବଳ ଛିଡା ହୋଇଥିଲା ବା ବେଆଇନ ବାଲି ଖନନରେ ସମ୍ପୃକ୍ତନଥିଲା । ଛାତ୍ର ମୃତୁ୍ୟ ଘଟିବା ଦିନ କେବଳ ପରିସ୍ଥିତିକୁ ଆଖି ଆଗରେ ରଖି ଉକ୍ତ ବେଆଇନ ବାଲିଘାଟ ନିକଟରୁ ଉକ୍ତ ମେସିନକୁ ଥାନାକୁ ଆଣି କେବଳ ଅଟକ ରଖାଯାଇଥିଲା ଓ ହାଇକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଛଡା ଯାଇଥିବା ଦେଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଥାନାରୁ ମୁକୁଳି ଥିବା ପ୍ରୋକଲିନ ମେସିନଟି ବେଆଇନ ବାଲି ଖନନରେ ନିୟୋଜିତ ନଥିଲା ତା ହେଲେ କଟକ ଜିଲ୍ଲାରୁ ଆସି ବ୍ରହ୍ମବରଦା ବ୍ରାହ୍ମଣୀ ନଦୀର ବେଆଇନ ବାଲିଘାଟ ନିକଟରେ କରୁଥିଲା କ’ଣ? ଏଠାରେ ଛିଡା ହୋଇଥିଲା କାହିଁକି? ସ୍ଥାନୀୟ ପ୍ରଶାସନର କୋହଳତାର ସୁଯୋଗ ନେଇ ପ୍ରକୃତ ଦୋଷୀ ଖସି ଜୀବ ନାହିଁତ? କାରଣ ଛାତ୍ର ମୃତୁ୍ୟ ଘଟିବା ଦିନ ରାସ୍ତା ରୋକ ସମୟରେ ପ୍ରାଶାସନିକ ଅଧିକାରୀ ମାନଙ୍କ ନିକଟରେ ଗ୍ରାମବାସୀ ମାନଙ୍କ ଦାବି ଥିଲା କି ବେଆଇନ ବାଲିଘାଟରେ ସମ୍ପୃକ୍ତ ମାଲିକ ଓ ଜବତ ଦୁଇ ମେସିନର ମାଲିକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ । କିନ୍ତୁଛାତ୍ର ମୃତୁ୍ୟ ଘଟଣା ଘଟିବାକୁ ପାଖାପାଖି ମାସେ ପୁରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ କାହାରିକୁ ବାନ୍ଧିବାରେ ସକ୍ଷମ ହୋଇପାରିନାହିଁ । ଯାହା ପ୍ରଶାସନର ପାରିବା ପଣିଆର ଦୁର୍ବଳତାକୁ ପଦାରେ ପକାଇଛି । ସୂଚନା ଥାଉକି ବ୍ରହ୍ମବରଦା ଥାନା ଅଧୀନ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ସେକ ମୁକ୍ତାର ମହମ୍ମଦଙ୍କ +୨ କଲେଜ ପଢୁଆ ପୁଅ ସେକ ଜଲାଲ ମହମ୍ମଦ ଉକ୍ତ ବେଆଇନ ବାଲିଘାଟରେ ସାଙ୍ଗ ମାନଙ୍କ ସହ ଗାଧୋଉଥିବା ସମୟରେ ମୃତୁ୍ୟ ବରଣ କରିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ବେଆଇନ ବାଲିଘାଟର ମାଫିଆ ମାନଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ ।