ଯାଜପୁର ଜିଲ୍ଲା ଯୁବ ମହୋତ୍ସବ ଲୋଗୋ ଉନ୍ମୋଚିତ
ବ୍ୟାସନଗର: ଦୁର୍ଯେ୍ୟାଧନ ରାଉତ ଫାଉଣ୍ଡେସନ ଆନୁକୂଲ୍ୟରେ ଯାଜପୁର ଜିଲ୍ଲା ଯୁବ ମହୋତ୍ସବ ମାର୍ଚ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷିରେ ଅଭ୍ୟର୍ଥନା କମିଟିର ସାଧାରଣ ବୈଠକରେ ମହୋତ୍ସବର ଲୋଗ ଉନ୍ମୋଚନ ଓ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା କୋରେଇ ବିଧାୟକ ଆକାଶ ଦାଶ ନାୟକ ମୁଖ୍ୟଅତିଥି ଓ ମହୋତ୍ସବର ଉପାଧ୍ୟକ୍ଷ ତଥା ବ୍ୟାସନଗର ପୌରପାରିଷଦର ଅଧକ୍ଷା ସଙ୍ଗୀତା ପିଙ୍ଗୁଆ ଯୁବ ମହୋତ୍ସବର ଲୋଗୋ ଉନ୍ମୋମୋଚନ କରିଥିଲେ । ପ୍ରାକ୍ତନ ପୌର ଉପାଧ୍ୟକ୍ଷ ହୃଦାନନ୍ଦ ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ଡ଼ଃ ଅକ୍ଷୟ କୁମାର ପଣ୍ଡା, ଫାଉଣ୍ଡେସନର ସାଧାରଣ ସମ୍ପାଦକ ଇଂ ବିଶ୍ୱଜିତ ମହାନ୍ତି, ସଂଗଠନ ସମ୍ପାଦକ ନିରଞ୍ଜନ ଘଡେଇ, ଆବାହକ ଅଯୋଧ୍ୟା ଜେନାକାର୍ଯ୍ୟକ୍ରମର ସମ୍ପର୍କରେ ବିବରଣୀ ରଖିଥିଲେ । ସଭ୍ୟ ଅକ୍ଷୟ କୁମାର ଦେଓ, ବିଭୂତି ଭୂଷଣ ପାଲ, ଅଶ୍ୱିନୀ କୁମାର ଦାସ, ହେମନ୍ତ କୁମାର ଧୀର ସମେତ ବିଭିନ୍ନ ବ୍ଲକ ଏବଂ ପୌରପରିଷଦର ପ୍ରତିନିଧି ଯୋଗ ଦେଇଥିଲେ ।