ଦୁର୍ଘଟଣାରେ ଦୁଇ ଚାଳକ ଗୁରତର

ଦୁର୍ଘଟଣାରେ ଦୁଇ ଚାଳକ ଗୁରତର

ନୀଳଗିରି ବସଷ୍ଟାଣ୍ଡ ଠାରେ ପିକଅପ୍ ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡ଼ି ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଗାଡ଼ିରେ ଥିବା ପର୍ଯ୍ୟଟକଙ୍କର ଆଂଶିକ ଆଘାତ ହୋଇଥିବା ଜଣାପଡ଼ିଛି । ଖବରରୁ ପ୍ରକାଶ ଯେ, ବାଲେଶ୍ୱରରୁ ନୀଳଗିରି ଥାନାକୁ ଆସବାପାତ୍ର ନେଇ ଆସୁଥିବା ଓଡ଼ି ୦୫ବିଏ୪୬୧୫ ବିଶିଷ୍ଟ ମହିନ୍ଦ୍ରା ପିକଅପ୍ଟି ବିପରୀତ ଦିଗରୁ ସୁଜୁକି କମ୍ପାନୀର ଓଆର ୦୪ୟୁ୩୬୪୬ ନମ୍ବର ବିଶିଷ୍ଟ କାର୍ରେ ବାଲେଶ୍ୱର ସମଳପୁର ଅଞ୍ଚଳର ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠରୁ ବୁଲାବୁଲି ସାରି ଫେରୁଥିବାବେଳେ ନୀଳଗିରି ବାଇପାସ୍ ଠାରେ ମୁହଁମୁହିଁ ଧକ୍କା ହୋଇଥିଲା ।