ଜାତୀୟ ଯୁବ ଦିବସରେ ଆଲୋଚନାଚକ୍ର

ଜାତୀୟ ଯୁବ ଦିବସରେ ଆଲୋଚନାଚକ୍ର


ବାଙ୍କୀ : ଜାତୀୟ ଯୁବଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗ ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ଭାରତୀୟ ଯୁବ ଜନସଂଖ୍ୟ : ପ୍ରେରଣା , ସମ୍ଭାବନା ଓ  ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ଯୁବସଂପଦ ଓ ସେମାନଙ୍କ ପାଇଁ ଆହ୍ୱାନ ସଂପର୍କରେ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅରିଜିତ୍ ମିଶ୍ର ସଭାପତିତ୍ୱ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏଥି ସହିତ ଆଜିର ଯୁବସମାଜ ଏହି ଶତାବ୍ଦୀର ଉଜ୍ଜଳ ନକ୍ଷତ୍ର ଭଳି ସେମାନଙ୍କର ଜ୍ଞାନଗାରିମା , ଆତ୍ମବିଶ୍ୱାସ, ସାହାସ ଓ ପ୍ରାଣପ୍ରାଚୁର୍ଯ୍ୟ ସଂପର୍କରେ ଅଧ୍ୟାପକ ମିଶ୍ର ସୂଚନା ଦେଇଥିଲେ । ମୁଖ୍ୟଅତିଥି ଭାବେ ପରିସଂଖ୍ୟାନ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ହରପ୍ରସାଦ ଦାସ ଯୋଗଦାନ କରି ଆଜିର ଯୁବସମାଜ ସମଗ୍ର ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ କରିବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ । ବିଶେଷ କରି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଯୁବସମାଜ କୁସଂସ୍କାର, ଦାରିଦ୍ରତା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ କରିବା ଆବଶ୍ୟକ ବୋଲି ଅଧ୍ୟାପକ ଦାସ ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଯୁବସମାଜର ଚିନ୍ତା ଓ ଭାବନାକୁ ନେଇ ସମାଜର ଦୁଃଖି ଓ ଦରିଦ୍ର ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟକ୍ରମ ଜାରି ରଖିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡକ୍ଟର ଲିନାରାଣୀ ପ୍ରଧାନ ଯୋଗଦାନ କରି ଆଲୋଚନାରେ ଭାଗନେଇଥିଲେ । ଶେଷରେ ଅଧ୍ୟାପକ ଅରଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।