ଜବରଦଖଲ ଉଚ୍ଛେଦ
ନୀଳଗିରି : ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ କାର୍ଯ୍ୟକରୁଥିବା ବେଳେ ବହୁ ସ୍ଥାନରେ ଲୋକମାନେ ସରକାରୀ ରାସ୍ତା ସହ ଜାଗାକୁ ଅବରୋଧ କରି ରଖିଥିବାରୁ ରାସ୍ତାକାର୍ଯ୍ୟ ହୋଇ ପାରୁନାହିଁ । ବାରମ୍ବାର ସରକାରୀସ୍ତରରେ ଲୋକଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ଜବରଦଖଲ ହଟିନଥିଲା । ସୂଚନା ଅନୁଯାୟୀ ନୀଳଗିରି ବ୍ଲକର ଭାଳୁକାଶୁଣି ଠାରୁ ମାଟିଆଳୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ପୂର୍ତ୍ତବିଭାଗ କାର୍ଯ୍ୟ ଜାରି ରଖିଥିବା ବେଳେ ନରଣପୁର ଗ୍ରାମର ଉଡାଛକ ଠାରୁ ତାରିଣୀମନ୍ଦିର ପର୍ଯ୍ୟନ୍ତ ସରକାରୀ ଜାଗାକୁ ଜବରଦଖଲକାରୀମାନେ ଜବରଦଖଲ କରି ରଖିଥିଲେ । ଜେଇ ଓ ଠିକାଦାର ଜବରଦଖଲକରୀଙ୍କ ସହ କଥାବାର୍ତ୍ତା କରି ରାସ୍ତାପାର୍ଶ୍ୱ ସରକାରୀ ଜମି ଛାଡିବାକୁ ଅନୁରୋଧ କରିଥିଲେ ମଧ୍ୟ ଜବରଦଖଲକାରୀମାନେ ଜାଗା ଛାଡ଼ିବା ତ ଦୂରରକଥା ପାଲଟା ସେମାନଙ୍କୁ ଗାଳିଗୁଲଜ କରିଥିଲେ । ଏନେଇ ଜେଇ ଓ ଠିକାଦାର ନୀଳଗିରି ତାହସିଦାରଙ୍କ ଠାରେ ଅଭିଯୋଗ କରିଥିଲେ । ପରେ ତହସିଲଦାରଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ତହସିଲଦାର ଓ ବରହମପୁର ପୁଲିସ ଫୋର୍ସ ସହାୟତାରେ ଜବର ଦଖଲକାରୀଙ୍କ ବାଡ଼ କଂକ୍ରିଟଗେଟ ଭଙ୍ଗାଯାଇ ଉଚ୍ଛେଦ କରାଯାଇଥିବା ଦେଖିବାକୁ