ଦୁର୍ଘଟଣାରେ ଯୁବକ ଗୁରୁତର, ଜଗନ୍ନାଥ ସଡକ ଅବରୋଧ
ଖୋର୍ଦ୍ଧା : ନୂଆ ଜଗନ୍ନାଥ ସଡକ ନିରାକାରପୁର-ଲେଣ୍ଡୋ ମଧ୍ୟରେ ଥୂବା ମଦ ଦୋକାନ ନିକଟରେ ଦୁର୍ଘଟଣା । ମୋଟର ସାଇକେଲ କୁ ଧକ୍କା ଦେଲା ଟ୍ରକ ଯୁବକ ଗୁରୁତର । ଗୁରୁତର ଯୁବକ ଜଣଙ୍କ ଲେଣ୍ଡୋ ଗ୍ରାମର ସୁଶାନ୍ତ ସ୍ୱାଇଁ । ଗୁରୁତର ଯୁବକ ଜଣଙ୍କୁ ଭୂବନେଶ୍ୱର ଘରୋଇ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ସୂଚନାରୁ ଅନୁଯାୟୀ ଯୁବକ ଜଣଙ୍କ ଏକ ମୋଟର ସାଇକେଲ ଯୋଗେ ନିରାକାରପୁରରୁ ଘରକୁ ଫେରୁଥିବା ସମୟରେ ଲେଣ୍ଡୋ ପଟୁ ନିରାକାରପୁର ପଟକୁ ଯାଉଥିବା ଏକ ଟ୍ରକ ସମ୍ମୁଖରୁ ଧକ୍କା ଦେବାରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଏହି ରାସ୍ତାଦେଇ ଦୈନିକ ଶହଶହ ଚୋରା ମାଙ୍କଡା ପଥର ବୋଝେଇ ଗାଡି ବେପାରୁଆ ଭାବରେ ଦ୍ରୃତ ଗତିରେ ଚଲାଇ ଥୁବାରୂ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀ ଓ ଦୁର୍ଘଟଣାରେ ଗୁରୁତର ଆହତ ପରିବାର ସଦସ୍ୟ ମାନେ ନୂଆ ଜଗନ୍ନାଥ ସଡକ ଉପରେ ନିଆ୍ଁ ଜାଳି ଅବରୋଧ କରି ବସି ରହିଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର ଅଟକି ରହିଛି । ଏହି ରାସ୍ତା କଡରେ ଦୁଇ ଦୁଇଟି ମଦ ଦୋକାନ ଖୋଲିଥିବାରୁ ମଦ ପିଈ ଦୈନିକ ଦୁର୍ଘଟଣା ଶିକାର ହେଉଛନ୍ତି ସାଧାରଣ ଲୋକେ । ସ୍ଥାନୀୟ ନିରାକାରପୁର ପୁଲିସ ବିଳମ୍ବରେ ପହଞ୍ଚିବାରୁ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।