ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ବ୍ରେଲି ଉପକରଣ ବଣ୍ଟନ
ଯାଜପୁର : ଶନିବାର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଯୋଜନାରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡିଙ୍କ ଦ୍ୱାରା ବ୍ରେଲି ଉପକରଣ ବଣ୍ଟନ କରାଯାଇଛି । ନେତାଜୀ ଦୃଷ୍ଠିବାଧିତ ସ୍ୱତନ୍ତ୍ର ବିଦ୍ୟାଳୟ ଦଶରଥପୁରର ମୋଟ ୫ଜଣ ଛାତ୍ରଛାତ୍ରୀଙ୍କୁ ବ୍ରେଲି ଉପକରଣ ପ୍ରଦାନ କରିବା ସହ ଜିଲ୍ଲାପାଳ ଶ୍ରୀମତୀ ରେଡି ସମସ୍ତ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ଉପଦେଶ ଦେବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ । କାର୍ଯ୍ୟକ୍ରମରେ ନେତାଜୀ ଦୃଷ୍ଠିବାଧିତ ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ନାୟକ, ସମ୍ପାଦକ ସ୍ୱର୍ଣଲତା ରାଉତ, କମ୍ପୁଟର ଶିକ୍ଷକ ପ୍ରୀତିକାନ୍ତ ଜେନା, ସୋମନାଥ ମଲିକ, କନିଷ୍ଠ କିରାଣୀ ଆଦି ଉପସ୍ଥିତ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।