ଦେଶବ୍ୟାପୀ ଏସଆଇଆର ଲାଗୁ ପାଇଁ ପ୍ରସ୍ତୁତି

ଦେଶବ୍ୟାପୀ ଏସଆଇଆର ଲାଗୁ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ (ଇସିଆଇ) ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସମ୍ମିଳନୀ ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଫର୍‌ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍‌ ମ୍ୟାନେଜମେଣ୍ଟରେ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ  ସୁଶାନ୍ତ ମିଶ୍ର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି ।

       ମୁଖ୍ୟ ନିର୍ବାଚନ କମିଶନର  ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ମଧ୍ୟ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ନିର୍ବାଚନ ଆୟୋଗ ଦେଶବ୍ୟାପୀ ବିଶେଷ ସଘନ ସଂଶୋଧନ (ଏସଆଇଆର) ଅଭ୍ୟାସ ପାଇଁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରସ୍ତୁତି ମୂଲ୍ୟାଙ୍କନ କରିଥିଲେ । ସେପ୍ଟେମ୍ବର ୧୦ରେ ଅନୁଷ୍ଠିତ ଏସଆଇଆର ପ୍ରସ୍ତୁତି ସମ୍ମିଳନୀ ଅନୁରୂପ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ସମ୍ମିଳନୀରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପୂର୍ବବର୍ତ୍ତୀ ଏସଆଇଆର ଅନୁଯାୟୀ ଭୋଟରଙ୍କ ସଂଖ୍ୟା, ଶେଷ ଏସଆଇଆର ଯୋଗ୍ୟତା ତାରିଖ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକା ଉପରେ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା । ଆୟୋଗ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ), ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆରଓ), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆରଓ), ବୁଥ-ସ୍ତରୀୟ ଅଧିକାରୀ (ବିଏଲଓ) ଏବଂ ବୁଥ-ସ୍ତରୀୟ ପ୍ରତିନିଧି (ବିଏଲଓ) ମାନଙ୍କର ନିଯୁକ୍ତି ଏବଂ ତାଲିମର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ ।